ମୟୂରଭଞ୍ଜ: ଦିନକୁ ଦିନ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ବଦଳି ଦାବି ଘନାଇବାରେ ଲାଗିଛି । ସୋମବାର କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ବଦଳି ଦାବି କରି ଧାରଣା ଦିଆଯାଇଛି । ଆଜି ଛୁଟିଦିନ ଥିବା ସତ୍ତ୍ୱେ୍ୱ ସାମ୍ବାଦିକମାନେ ଧାରଣାରେ ବସିଛନ୍ତି । ଏହା ସହିତ ଧାରଣାସ୍ଥଳରେ ନେତାଜୀ ଜୟନ୍ତୀ ମଧ୍ୟ ପାଳନ କରିଛନ୍ତି । ସ୍ୱାଧୀନତା ନିମନ୍ତେ ନେତାଜୀ ସୁବାଷ ଚନ୍ଦ୍ର ଭୋଷଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଯେଉଁଭଳି ଭାବେ ନେତାଜୀ ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି ନାରା ଦେଇଥିଲେ ସେହିପରି ଦୁର୍ନୀତିରେ ଉବୁଟୁବୁ ହେଉଥିବା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କୁ ବଦଳି କରିଲେ ଉପଖଣ୍ଡର ଉନ୍ନତି ହୋଇପାରିବ ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ପ୍ରତି ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ବୋଲି ସାମ୍ବାଦିକମାନେ ପ୍ରକାଶ କରିଛନ୍ତି । ଉପଖଣ୍ଡରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ, ବିଭିନ୍ନ ଦୁର୍ନୀତି ପଛରେ ଉପଜିଲ୍ଲାପାଳଙ୍କ ହାତ ଥିବାରୁ ତାଙ୍କୁ ବଦଳି କରିବା ଦାବି ଜୋର ଧରିଛି ।
BREAKING NEWS
- ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ଇସ୍ରାଏଲୀ ଗଣମାଧ୍ୟମର ଦାବି ପରେ ଚର୍ଚ୍ଚା…
- ଏଣିକି NHରୁ ହଟିବେ ଗୋରୁ ଗାଈ, ରାସ୍ତାର ପ୍ରତି ୧୦୦ କିମିରେ ରହିବ ଗୋଶାଳା
- ଆସୁଛି ଲଘୁଚାପ, ପୁଣି ଭିଜିବ ଓଡ଼ିଶା
- ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲା ଯୁବକ
- Pakistan’s Conspiracy: ସୀମାରେ ପାକିସ୍ତାନର ଆଉ ଏକ ଚାଲ୍ ବିଫଳ, ଡ୍ରୋନ୍ ସହ ଚୀନ୍ ନିର୍ମିତ ପିସ୍ତଲ, ୨ ମ୍ୟାଗାଜିନ୍ ଓ ୪ ଗୁଳି ଜବତ
- ଶିମିଳିପାଳରେ ବାଘୁଣୀ ମୃତ
- ଏକକ ଶିକ୍ଷକ ଥିବା ସ୍କୁଲରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ନିର୍ଦ୍ଦେଶ
- ସୁନ୍ଦରଗଡ଼ରେ ଯୁବକଙ୍କୁ ଜାଳିଦେଲେ ଦୁର୍ବୁତ୍ତ!
- Flying Car: ଆକାଶରେ ଉଡିଲା କାର୍!
- Parliament Monsoon Session: ମୌସୁମୀ ଅଧିବେଶନର ଶେଷ ୪ ଦିନ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ପରିସୀମନ, ମହିଳା ସଂରକ୍ଷଣ ଓ FCRA ବିଲ୍କୁ ନେଇ ବଢ଼ିଲା ସସ୍ପେନ୍ସ

Comments are closed.