Latest Odisha News

BREAKING NEWS

ସମୁଦ୍ରରେ ବୁଡ଼ିଗଲେ ୩ ଯୁବକ; ଜଣେ ମୃତ, ଜଣେ ଉଦ୍ଧାର, ଅନ୍ୟ ଜଣଙ୍କ ମିଳୁନି ପତ୍ତା

ଜଗତ୍‌ସିଂହପୁର: ପୁରୀଜିଲ୍ଲା ଅସ୍ତରଙ୍ଗସ୍ଥିତ ପୀରଜାହାନିଆଠାରେ ୩ ଜଣ ଯୁବକ ସମୁଦ୍ରରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନି । ଜଗତସିଂହପୁରରୁ କିଛି ଯୁବକ ଭୋଜି କରିବାକୁ ଅସ୍ତରଙ୍ଗ ସମୁଦ୍ରକୁଳକୁ ଯାଇଥିଲେ । ଭୋଜି ସରିବା ପରେ ଉକ୍ତ ୩ ଜଣ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ଯୋଗୁ ୩ ଜଣ ଯାକ ବୁଡ଼ି ଯାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଦୁଇଜଣ ଭାସିଯାଇଥିଲେ । ପରେ ଆଉ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଯୁବକ ଅନ୍ୟ ଜଣଙ୍କୁ ଖୋଜିବାରେ ଲାଗିଛନ୍ତି ।

Leave A Reply

Your email address will not be published.