Latest Odisha News

BREAKING NEWS

ସାମ୍ନାକୁ ଆସିଲା କେ.ଏଲ୍ ରାହୁଲ୍ ଓ ଆଥିଆଙ୍କ ଫଟୋ; ଲେହେଙ୍ଗା ଓ ଶେରୱାନୀରେ ଦମ୍ପତିଙ୍କ ଜବରଦସ୍ତ ଲୁକ୍

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ଓ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଅଥିଆ ଶେଟ୍ଟୀଙ୍କର ସରିଛି ବାହାଘର। ସୁନୀଲଙ୍କର ଖଣ୍ଡାଲା ସ୍ଥିତ ବାସବଭବନରେ ଉଭୟଙ୍କ ବିବାହ ହୋଇଛି।

KL Rahul and Athiya Shetty hold hands as they pose for paps.

ଝିଅ ବାହାଘର ସମ୍ପର୍କରେ ସୂଚନା ଦେଇଥିଲେ ବାପା ସୁନୀଲ ଶେଟ୍ଟୀ। ଅଳ୍ପ ବନ୍ଧୁ ପରିବାର ବର୍ଗଙ୍କ ଉପସ୍ଥିତିରେ ଅଫିସିଆଲି ବାହାଘର ହେଲା। ମୁଁ ଅଫିସିଆଲି ଶ୍ୱଶୁର ହେଲି ବୋଲି ସୁନୀଲ କହିଥିଲେ।

KL Rahul and Athiya Shetty are now married.

ବାହାଘର ପରେ ଉଭୟ ସୁନୀଲ ଓ ତାଙ୍କ ପୁଅ ଆହାନ ମିଡିଆ କର୍ମୀଙ୍କୁ ମିଠା ବାଣ୍ଟିଥିଲେ। ସାମ୍ବାଦିକଙ୍କୁ ବିବାହ ସମ୍ପର୍କରେ ସୂଚନା ଦେବା ସହ ରିସେପସନ ବିଷୟରେ ବି କହିଥିଲେ। ଆଇପିଏଲ୍‌ ପରେ ରିସେପସନ ହୋଇପାରେ ବୋଲି ସୁନୀଲ କହିଥିଲି।

KL Rahul and Athiya Shetty hold hands as they pose for paps.

ବିବାହ ଉତ୍ସବକୁ ଆସିଥିବା ଅତିଥିଙ୍କୁ ମୋବାଇଲ୍‌ ଫୋନ୍ ଆଣିବାକୁ ମନା କରାଯାଇଥିଲା। ଏମିତିକି ମୋବାଇଲ୍‌ ଆଣିଥିବା ବ୍ୟକ୍ତିଙ୍କ କ୍ୟାମେରାରେ ଟେପ୍ ଲଗାଇ ଦିଆଯାଇଥିବାର ଦେଖିବାକୁ ମିଳିଥିଲା।

KL Rahul Instagram

ବିବାହ ପରେ ନବ ଦମ୍ପତି ଫଟୋ ଶୁଟ୍ କରିଥିଲେ। ବର୍ତ୍ତମାନ ସେହି ସମୟରେ ପଟୋ ଏବେ ସୋସିଆଲ୍ ମିଡିଆ ଦ୍ୱାରା ସାମ୍ନାକୁ ଆସୁଛି। ୩ ବର୍ଷ ଧରି ପରସ୍ପର ପରସ୍ପରକୁ ଭଲପାଇବା ପରେ ଶେଷରେ ଆଜି ଏକାଠି ହୋଇଛି। ହିନ୍ଦୁ ରିତିନୀତିରେ ସାତ ଫେରା ସହ ହାତ ଗଣ୍ଠି ପଡ଼ିଛି।

 

View this post on Instagram

 

A post shared by Athiya Shetty (@athiyashetty)

ବିବାହ ଉତ୍ସବରେ ଅଭିନେତା ବିକ୍କି କୌଶଲ, କଟ୍ରିନା କୈଫ୍, ଟାଇଗର ସ୍ରଫ, ଭଉଣୀ କୃଷ୍ଣା ସ୍ରଫ୍ ଓ ବଲିଉଡ୍ ଫଟୋଗ୍ରାଫର ରୋହନ ଶ୍ରେଷ୍ଠା ବିବାହ ଉତ୍ସବରେ ଯୋଗ ଦେଇଥିଲେ।

Athiya Shetty, KL Rahul Wedding

ସୂଚନା ଅନୁଯାୟୀ, ୨୧ ଜାନୁଆରୀରେ ରାହୁଲ ଏବଂ ଆଥିଆଙ୍କ ସଂଗୀତ ଏବଂ ୨୨ରେ ମେହେନ୍ଦୀ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଉଭୟ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି।

Athiya Shetty, KL Rahul Wedding

Leave A Reply

Your email address will not be published.