Latest Odisha News

BREAKING NEWS

ଓଡ଼ିଶାର ଆଉ ୬ଟି ସହରରେ ମିଳିବ ଜିଓ ଟ୍ରୁ 5-G ସେବା

ଭୁବନେଶ୍ୱର: ଜିଓ ଟ୍ରୁ 5-G ସେବା ଦେଶର ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୦ ସହରରେ ମିଳିବ । ଏ ନେଇ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ଏହି ୫୦ ସହର ମଧ୍ୟରେ ରହିଛି ଓଡ଼ିଶାର  ୬ଟି ସହର । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ୟୁଜର୍ସମାନେ 5-G ସେବା ପାଇ ପାରିବେ ।

ଓଡ଼ିଶାରେ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁରରେ ଏହି 5-G ସେବା ଉପଲବ୍ଧ ଥିଲା । ଏବେ ଏହି ତାଲିକାରେ ଆଉ ୬ଟି ସହର ସାମିଲ ହୋଇଛି । ସେଗୁଡିକ ହେଲା ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡା, ପୁରୀ ଏବଂ ସମ୍ବଲପୁର । ଏହି ସବୁ ସହରର ଜୁଓ ୟୁଜର୍ସମାନେ ଜିଓ ୱେଲକମ ଅଫର ଦ୍ୱାରା ଅନଲିମିଟେଡ ଡାଟା ୧ ଜିବିଏସ ପ୍ଲସ ସ୍ପିଡ ସୁବିଧା ପାଇପାରିବେ । ଏଥିପାଇଁ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ ନାହିଁ ବୋଲି ରିଲାଏନ୍ସ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ।

ଜିଓ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଆହୁରି ୫୦ଟି ସହରରେ ଆମେ ଜିଓ  5-G ସେବା ଯେଗାଇବାରେ ସଫଳ ହୋଇଛୁ । ସମଗ୍ର ଦେଶରେ ଜିଓ ଉପଭୋକ୍ତାମାନେ ୨୦୨୩ ଡିସେମ୍ବର ସୁଦ୍ଧା ଏହି ସେବା ପାଇପାରିବେ । ଖାଲି ଦେଶ ନୁହେଁ, ପୃଥିବୀର ସବୁ କୋଣରେ ଆମେ ଏହି ସୁବିଧା ଯୋଗାଇ ଦେବା ପାଇଁ ସମର୍ଥ ହୋଇଛୁ ।’

5-G ସେବା ମିଳିଥିବା ଦେଶର ଅନ୍ୟ  ସହର ଗୁଡିକ ତାଲିକା-

 

 

 

 

Leave A Reply

Your email address will not be published.