Latest Odisha News

ରୋହିତ, କୋହଲିଙ୍କୁ ବର୍ଷକର ଶ୍ରେଷ୍ଠ ଦିନିକିଆ ଏକାଦଶରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ପାଇଁ ଟି୨୦ ପରେ ଏବେ ଶ୍ରେଷ୍ଠ ଦିନିକିଆ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳ ନାହିଁ । କେବଳ ଶ୍ରେୟାଶ ଆୟାର ଓ ମହମ୍ମସ ସିରାଜଙ୍କୁ ଏହି ଟିମରେ ସାମିଲ କରାଯାଇଛି । ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ବାବର ୯ଟି ମ୍ୟାଚରୁ ୮ଟିରେ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିଲେ । ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଏହି ଟିମ ଚୟନ କରାଯାଇଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ରୋହିତ ଓ ବିରାଟଙ୍କ ପ୍ରଦର୍ଶନ ଗତ ବର୍ଷ ପ୍ରଶଂସନୀୟ ରହି ନ ଥିଲା ।

ଶ୍ରେଷ୍ଠ ଦିନିକିଆ ଏକାଦଶ ଟିମ: ବାବର ଆଜମ (ଅଧିନାୟକ), ଟ୍ରାଭିଡ ହେଡ, ଶାଇ ହୋପ, ଶ୍ରେୟାଶ ଆୟାର, ଟମ ଲାଥାମ, ସିକନ୍ଦର ରାଜା, ମେହେନ୍ଦି ହାସନ ମିରାଜ, ଅଲଜାରୀ ଜୋସେଫ, ମହମ୍ମଦ ସିରାଜ, ଟ୍ରେଂଟ ବୋଲ୍ଟ, ଆଦାମ ଜାମ୍ପା ।

Leave A Reply

Your email address will not be published.