Latest Odisha News

BREAKING NEWS

କୋହଳ ହେଲା କନେଷ୍ଟବଳ ନିଯୁକ୍ତି ବୟସ ସୀମା

କଟକ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କନେଷ୍ଟବଳ ନିଯୁକ୍ତି ବୟସ ସୀମା କୋହଳ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୨୦୨୨ ଡିସେମ୍ବର ୩୦ରେ ୪,୭୯୦ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ନେଇ ରାଜ୍ୟ ସରକାର ଦେଇଥିବା ବିଜ୍ଞାପନକୁ ନେଇ ଏହା ରାୟ ଦେଇଛନ୍ତି ହାଇକୋର୍ଟ ।

ଗୋଟିଏ ଥର ପାଇଁ କନେଷ୍ଟବଳ ନିଯୁକ୍ତି ବୟସ ସୀମା ୪ ବର୍ଷ କୋହଳ କରାଯାଇଛି । ୨୦୧୮ରୁ ୨୦୨୨ ମଧ୍ୟରେ କୋଭିଡ୍ ପାଇଁ ପରୀକ୍ଷା ହୋଇ ପାରି ନଥିଲା । ସେ ସବୁକୁ ବିଚାରକୁ ନେଇ ଆବେଦନକାରୀଙ୍କ ବୟସ ସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେବା ସହ ଆଗକୁ ଆଉ କୋହଳ କରାଯିବନାହିଁ ବୋଲି କୋର୍ଟ କହିଛନ୍ତି ।

ବୟସ କୋହଳ ପାଇଁ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକ ଶେଷ ତାରିଖ ଆଗରୁ ଜାନୁଆରୀ ୨୧ ଥିଲା ତାହାକୁ ଫେବ୍ରୁଆରୀ ୧୦କୁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆସନ୍ତା ୩୦ ତାରିଖ ମଧ୍ୟରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇବ ।

Leave A Reply

Your email address will not be published.