ବିଭିନ୍ନ ପ୍ରକାର ଫସଲ,ଫଳ ଓ ପନିପରିବା ଚାଷ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । କିନ୍ତୁ ସାପ ଚାଷ ବି କରାଯାଇପାରେ, ଏହି ବିଷୟରେ ହୁଏତ କ୍ୱଚିତ୍ ଶୁଣିଥିବେ । ଶୁଣିବାକୁ ଅଦ୍ଭୁତ ମନେ ହେଉଥାଇପାରେ,କିନ୍ତୁ ଏହା ସତ୍ୟ । ଚୀନ୍ର ଏକ ଛୋଟ ଗାଁରେ ଏଭଳି ବିଷାକ୍ତ ସାପ ଚାଷ କରାଯାଇଥାଏ ।
କୁହାଯାଏ ଦେଖିଲା ସାପକୁ ଗାତରେ ପୁରାଇବା ଅନୁଚିତ୍ । ସାପର ଭୟଙ୍କର ପ୍ରବୃତିକୁ ନେଇ ଲୋକକଥାରେ ଏମିତି ଅନେକ କଥା ପ୍ରଚଳିତ ଅଛି । କିନ୍ତୁ ଏମିତି କିଛି ଗାଁ ଅଛି ଯେଉଁଠି ସାପକୁ ନେଇ ଲାଭଜନକ ଚାଷ କରାଯାଏ । ଗାଁର ନାଁ ଜିସିକ୍ୟୁ । ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନ୍ର ଏକ ଗାଁ । ଏହି ଗାଁର ଜନସଂଖ୍ୟା ହଜାରେରୁ ଅଧିକ । ଏଠାରେ ବସବାସ କରୁଥିବା ପ୍ରାୟ ସମସ୍ତେ ସାପ ଚାଷ ଭଳି ଏକ ଅଦ୍ଭୁତ ଚାଷ କାର୍ଯ୍ୟ ସହିତ ଜଡ଼ିତ ଥାନ୍ତି । ସାପ ଚାଷ ପାଇଁ ଏହି ଗାଁ ସାରା ବିଶ୍ୱରେ ପ୍ରସିଦ୍ଧ । ବିଷଧର ତଥା ଭୟଙ୍କର ମନେ ହେଉଥିବା ବିଭିନ୍ନ ପ୍ରଜାତିର ସାପର ପ୍ରଜନନ ଏହି ଜିସିକ୍ୟୁ ଗାଁରେ କରାଯାଇଥାଏ । ସେ ଭିତରେ କୋବ୍ରା, ପାଇଥନ୍ ଭଳି ବିଭିନ୍ନ ପ୍ରକାର ବିଷାକ୍ତ ସାପ ଚାଷ କରାଯାଇଥାଏ ।
ଏଠାରେ ଲୋକମାନେ ସାପର ମାଂସ ବିକ୍ରି କରି ବହୁତ ଲାଭବାନ ହୋଇଥାନ୍ତି । ଯେହେତୁ ଚାଇନାରେ ସାପ ମାଂସ ଅଧିକ ଚାହିଦା ରହିଛି । ତେଣୁ ଏହି ଗାଁରେ ସାପ ଚାଷ କରାଯାଏ । କେବଳ ମାଂସରୁ ନୁହେଁ, ଗାଁର ଲୋକମାନେ ମଧ୍ୟ ସାପର ବିଷ ବିକ୍ରି କରି ଭଲ ରୋଜଗାର କରିଥାନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ସାପର ମାଂସରୁ ସ୍ନାକ୍ସ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଇଥାଏ ।
BREAKING NEWS
- କଂଗ୍ରେସକୁ ଝଟ୍କା; ଦଳ ଛାଡ଼ିଲେ ବିଜୟ ଗମାଙ୍ଗୋ, ପ୍ରାଥମିକ ସଦସ୍ୟତାରୁ ଇସ୍ତଫା
- ‘୨୧ ଟି ଆସନରେ ପଦ୍ମ ଫୁଟିବ; ବାହର ଲୋକ ନୁହଁ, ଓଡିଶାର ପୁଅ କିମ୍ବା ଝିଅ ହେବେ ମୁଖ୍ୟମନ୍ତ୍ରୀ’
- ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି
- ‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣମାନେ ଜାଣିବା ଦରକାର’
- ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ଉପହାସ; ଦିନରେ ସ୍ବପ୍ନ ଦେଖୁଛି
- କଲେଜ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ, ବିଜେଡିକୁ ସମର୍ଥନ କରୁଥିବା କହିଲା ବିଜେପି
- ନନ୍ଦନକାନନରେ ଅସୁସ୍ଥ ବାଘ ‘ନନ୍ଦନ’
- ତୃତୀୟ ପର୍ଯ୍ୟାୟ ମତଦାନ କାଲି, ୧୧ ରାଜ୍ୟର ୯୩ ଆସନର ହେବ ଭାଗ୍ୟ ନିରୀକ୍ଷଣ
- ଓଡ଼ୃିଶାରେ କିଏ ଗଢ଼ିବ ସରକାର? ମୋଦୀ ଦେଲେ ତାରିଖ, ପାଣ୍ଡିଆନ୍ ଦେଲେ ତାରିଖ ସହିତ ସମୟ
- ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ