Latest Odisha News

ତିନି ବର୍ଷ ପରେ ‘ହିଟ୍ ମ୍ୟାନ’ଙ୍କ ଶତକୀୟ ଇନିଂସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତିନି ବର୍ଷ ପରେ ଟିମ୍ ଇଣ୍ଡିଆ ଦିନିକିଆର ଅଧିନାୟକ ରୋହିତ ଶର୍ମା ଶତକୀୟ ଇନିଂସ ମାରିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ରୋହିତଙ୍କ ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଶତକୀୟ ଇନିଂସ ଖେଳି ଦିନିକିଆରେ ୩୦ଟି ଶତକ ମାରିବାରେ ତୃତୀୟ ବ୍ୟକ୍ତି ହୋଇଛନ୍ତି ଟିମ୍ ଇଣ୍ଡିଆର ଓପନର। ଏହା ପୂର୍ବରୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୩୦ଟି ଶତକ ମାରିଛନ୍ତି। ସେ ୩୭୫ଟି ମ୍ୟାଚରେ ୩୦ଟି ଶତକ ମାରିଥିବା ବେଳେ ‘ହିଟ୍ ମ୍ୟାନ୍’ ୨୪୧ଟି ମ୍ୟାଚରେ ୩୦ଟି ଶତକ କ୍ଲବରେ ସାମିଲ ହୋଇଛନ୍ତି।

ରୋହିତ ଶର୍ମା ୮୫ଟି ବଲରେ ୧୦୧ ରନ୍ କରିଥିଲେ। ଯେଉଁଥିରେ ୧୩ଟି ଚୌକା ରହିଥିବା ବେଳେ ୫ଟି ଶତକ ଥିଲା। ଦଳର ଅନ୍ୟତମ ଓପନର ଶୁଭମନ ଗିଲଙ୍କ ସହ ମିଶି ସେ ଏହି ରନ୍ କରିଥିଲେ। ଶୁଭମନ ଗିଲ୍ ମଧ୍ୟ ୭୮ଟି ବଲରେ ୧୧୨ରନ୍ କରିଥିଲେ।

ଉଲ୍ଲେଖଯୋଗ୍ଯ, କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ଦିନିକିଆରେ ସଚିନ ତେନ୍ଦୁଲକର ୪୯ଟି ଶତକ କରିଥିବା ବେଳେ ବିରାଟ କୋହଲି ୪୬ଟି ଶତକ କରିଛନ୍ତି।

ଅନ୍ତିମ ଥର ପାଇଁ ରୋହିତ ଶର୍ମା ବେଙ୍ଗାଲୁରୁରେ ଜାନୁଆରୀ ୧୯, ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ଶତକୀୟ ଇନିଂସ ଖେଳିଥିଲେ। ସେହିପରି ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ଅନ୍ତିମ ଶତକ ମାରିଥିଲେ।

ଚଳିତ ବର୍ଷ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ। ଏହାପୂର୍ବରୁ ରୋହିତ ଶତକୀୟ ଇନିଂସ ଖେଳିବା ଦଳ ପାଇଁ ଶୁଭ। ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରେ ୩୪, ଦ୍ବିତୀୟ ମ୍ୟାଚରେ ୫୧ ରନ୍ କରିଥିଲେ ରୋହିତ ଶର୍ମା।

 

 

Leave A Reply

Your email address will not be published.