କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜଣଙ୍କୁୁ ଗିରଫ କରିଛି । ସେମାନଙ୍କଠାରୁ ୩୩୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୬ଟି ମୋବାଇଲ,୨୨ ହଜାର ୧ ଶହ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡାର ବିଭିଷଣ ମାଛ (୨୫), ଓକେଲର ଜଗା ସେଠୀ (୧୯) ଓ ସୁନିଲ କୁମାର ନାୟକ (୨୨) ହରିୟାଣାର ବାଦଲ (୧୮), ସତପାଲ (୩୪), ଶ୍ରୀପାଲ (୩୦), ଦିଲିପ ଲିଂ (୩୪) । ଜୟପୁର ସଦର ପୋଲିସ ୩୨୬ ଜାତୀୟ ରାଜପଥର ପାତ୍ରପୁଟ ନିକଟରେ ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ମିନିଟ୍ରକ (ଏପି୧୩ଟିଡବ୍ଲ୍ୟ୭୯୧୯) ଓ କାର (ଓଆର ୦୫କ୍ୟୁ ୨୫୮୮) କୁ ଯାଞ୍ଚକରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୋଲିସ । ପରେ ମିନିଟ୍ରକରୁ ୨ ଶହ କେଜି ଓ କାରରୁ୧୩୦ କେଜି ଗଞ୍ଜେଇ ଜବତ କରିଥିଲା । ଏହି ଗଞ୍ଜେଇ କୋରାପୁଟରୁ ହରିୟାଣା ଚାଲାଣ ହେଉଥିବା ସଦର ଥାନା ଅଧିକାରୀ ଇଶ୍ୱର ତାଣ୍ଡି ପ୍ରକାଶ କରିଛନ୍ତି ।
BREAKING NEWS
- IPL ନିଲାମ ତାଲିକାରେ ୨ ଓଡ଼ିଆ, ଉଭୟଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ
- Vijay Diwas 2025: ଆଜି ଭାରତ ପାଳୁଛି ବିଜୟ ଦିବସ,ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ
- ବିଜୟ ହଜାରେ ଟ୍ରଫି: ଓଡିଶା ଦଳରେ ୭ ନୂଆ ଖେଳାଳି
- Amit Shah: ୨୧ରେ ଓଡ଼ିଶା ଆସିବେ ଅମିତ ଶାହ !
- ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ ;୩୮ ଦିନ ଖରା ଛୁଟି…
- Saudi Arabia: ସାଉଦି ଆରବ ମୃତ୍ୟୁଦଣ୍ଡର ରେକର୍ଡ ଭାଙ୍ଗିଲା, ଗୋଟିଏ ବର୍ଷରେ…
- ଘନ କୁହୁଡ଼ି ଯୋଗୁଁ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୪ ଜୀବନ
- ଜୋର୍ଡାନରେ ପହଞ୍ଚିଛନ୍ତି ମୋଦି, ଆଜି ଜୋର୍ଡାନରେ ବ୍ୟବସାୟିକ ଫୋରମରେ ଯୋଗଦେବେ
- Bhadrak Encounter: ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆକୁ ଏନକାଉଣ୍ଟର; ଡାହାଣ ଗୋଡ଼ରେ ବାଜିଛି ଗୁଳି
- Udhampur Terrorist Encounter: ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷା ବାହିନୀ; ଏନକାଉଣ୍ଟରରେ ଜଣେ ଯବାନ ସହିଦ
Comments are closed.