ବ୍ୟୁରୋ : ଆପଣମାନେ ନିଶ୍ଚିତ ଭାବେ ଆକାଶରେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ଏହା ବର୍ଷାଦିନରେ ଦେଖାଯାଏ। ଏହାଛଡ଼ା ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ତେବେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି, ବର୍ଷା ପରେ ଆକାଶରେ ଇନ୍ଦ୍ରଧନୁ କାହିଁକି ସୃଷ୍ଟି ହୁଏ? ଏହା ପଛରେ କ’ଣ କାରଣ ଲୁଚି ରହିଛି। ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ।
ସୂର୍ଯ୍ୟକିରଣରେ ୭ ପ୍ରକାରର ରଙ୍ଗ ଅଛି। ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ଲାଲ୍, ନାରଙ୍ଗୀ। ଯାହାକୁ ‘ବାଘନିଶହଲାନା’ ମଧ୍ୟ କୁହାଯାଏ। ଏହି ରଙ୍ଗଗୁଡିକ ଏକ ପ୍ରିଜିମ୍ ମାଧ୍ୟମରେ ଚିହ୍ନଟ ହୁଏ । ଇନ୍ଦ୍ରଧନୁ ସତରେ ପ୍ରକୃତିର ପ୍ରିଜିମ୍। ଏହା ଛୋଟ ବୁନ୍ଦା ଜଳ ସ୍ବଚ୍ଛ ପ୍ରିଜିମ୍ ଭାବରେ କାର୍ଯ୍ୟ କରେ। ଯେତେବେଳେ ସୂର୍ଯ୍ୟକିରଣ ସେମାନଙ୍କୁ ଛୁଇଁ ଦେଇ ପ୍ରତିଫଳିତ ହୋଇଥାଏ ଏହା ୭ଟି ରଙ୍ଗରେ ଭାଙ୍ଗି ଯାଇଥାଏ।
ଆଉ ସେତେବେଳେ ଆମେ ଇନ୍ଦ୍ରଧନୁ ଦେଖିଥାଉ। ଆପଣମାନେ ଦଖିଥିବେ ଇନ୍ଦ୍ରଧନୁରେ, ଲାଲ୍ ଆଲୋକ ଉପର ଭାଗରେ ଦେଖାଯାଏ ଯେତେବେଳେ ତଳେ ବାଇଗଣୀ ଆଲୋକ ରହିଥାଏ। ବର୍ଷାର ବୁନ୍ଦା ମଧ୍ୟରେ ସୂର୍ଯ୍ୟକିରଣ ବାହାରିଥିଲେ ମଧ୍ୟ ସୂର୍ଯ୍ୟ ଆଡକୁ ମୁହାଁଇଲେ ଇନ୍ଦ୍ରଧନୁ ଦେଖାଯାଇଥାଏ। ଏହା ସବୁବେଳେ ଦେଖା ଦେଇ ନ ଥାଏ। କେବଳ ଏତିକି ନୁହେଁ ଏହା ଆକାଶରେ ଗୋଟିଏ ନୁହେଁ, ବେଳେବେଳେ ଦୁଇଟି ଇନ୍ଦ୍ରଧନୁ ମଧ୍ୟ ଦେଖାଦେଇଥାଏ।
ବାସ୍ତବରେ ଦେଖିବାକୁ ଗଲେ , ସମାନ ସ୍ଥାନରେ ବାରମ୍ବାର ବୁନ୍ଦା ଆସିବା ପରେ ଦୁଇଟି ଇନ୍ଦ୍ରଧନୁ ଦେଖାଯାଏ। ଏହା ଏପରି ଭାବରେ ଘଟେ ଯେପରି ପ୍ରଥମ ଇନ୍ଦ୍ରଧନୁରୁ ଉତ୍ପନ୍ନ ରଙ୍ଗୀନ ଆଲୋକ ଧଳା ରଙ୍ଗରେ ପରିବର୍ତ୍ତନ ହୁଏ। ଆଉ ଦ୍ୱିତୀୟ ବୁନ୍ଦା ବର୍ଷା ସହିତ ସଂସ୍ପର୍ଶରେ ଆସେ । ସେତେବେଳେ ଇନ୍ଦ୍ରଧନୁ ସିଧା ଏବଂ ଓଲଟା ଦେଖାଯାଏ।
Comments are closed.