Latest Odisha News

BREAKING NEWS

ବିଗ୍ ବ୍ରଦରର ପ୍ରତିଯୋଗୀ ହେବେ ଲୋକପ୍ରିୟ କଳାକାର ଅବଦୁ ରୋଜିକ୍

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ । ତାଜାକିସ୍ତାନର ଅବଦୁ ରୋଜିକ୍ ଏହି ରିଆଲିଟି ସୋ’ରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ବିଗ୍ ବସ୍ ୧୬ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତ ସମେତ ବିଦେଶରେ ମଧ୍ୟ ଲୋକଙ୍କ ମନ ଜିଣିଥିଲେ ଅବଦୁ। ପୂର୍ବରୁ  ଭାରତରେ ଅବଦୁଙ୍କ ପ୍ରଶଂସକଙ୍କ ସଂଖ୍ୟା କମ ଥିବା ବେଳେ ବର୍ତ୍ତମାନ ସେ ପ୍ରତି ଭାରତୀୟଙ୍କ ପ୍ରଶଂସକ ପାଲଟିଛନ୍ତି । ଏବେ ଅବଦୁ ବ୍ରିଟେନର ରିୟାଲିଟି ସୋ’ ବିଗ୍ ବ୍ରଦରରେ ଭାଗ ନେବେ ବୋଲି ଜଣାପଡ଼ିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅବଦୁ ଖୁବ୍ ଶୀଘ୍ର ବିଗ୍ ବ୍ରଦର ସୋ’ର ଏକ ଅଂଶ ହୋଇପାରନ୍ତି । ହେଲେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୈୗଣସି ଅଧିକ ସୂଚନା ମିଳିନାହିଁ । ଯଦି ଏହା ସତ ହୁଏ ତେବେ ଅବଦୁଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ଭଲ ଖବର ହେବ । ବିଗ୍ ବସରେ ଅବଦୁ ତାଙ୍କର ସୁନ୍ଦର ହସ ଏବଂ ନିର୍ମଳ ସ୍ୱଭାବ ପାଇଁ ଦେଶବାସୀଙ୍କ ହୃଦୟ ଜିତିଛନ୍ତି।

Leave A Reply

Your email address will not be published.