Latest Odisha News

୩ ମିନିଟ୍‌ର ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଲେ ଉର୍ବଶୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ । ଉର୍ବଶୀ ନିଜର ଗ୍ଲାମର ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । କିନ୍ତୁ ଏଥର ନିଜ ଫି’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉର୍ବଶୀ । ମାତ୍ର ତିନି ମିନିଟର ଏକ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଇଛନ୍ତି । ଦକ୍ଷିଣ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଫିଲ୍ମ ‘ୱାଲଟେୟାର ଭିରାୟା’ରେ ଉର୍ବଶୀ ଏକ ଆଇଟମ ଗୀତ ‘ବସ ପାର୍ଟି’ରେ ନଜର ଆସିଛନ୍ତି ।

‘ବସ ପାର୍ଟି’ର ଫି’ ଉର୍ବଶୀ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ନେଇଛନ୍ତି । ଏହି ଗୀତ ପାଇଁ ଉର୍ବଶୀ ଯେତିକି ଟଙ୍କା ନେଇଛନ୍ତି ତାହା ଫିଲ୍ମର ଭିଲେନ ଭୂମିକାରେ ଅଭିନୟ କରୁଥିବା ପ୍ରକାଶ ରାଜଙ୍କ ଦେୟଠାରୁ ଅଧିକ ରହିଛି । ପ୍ରକାଶ ରାଜ ଏହି ଫିଲ୍ମ ପାଇଁ ୧.୫ କୋଟି ଟଙ୍କା ନେଇଥିବା ବେଳେ ଉର୍ବଶୀ ୨ କୋଟି ନେଇଛନ୍ତି । ଉର୍ବଶୀ କେବଳ ବଲିଉଡରେ ନୁହେଁ କନ୍ନଡ ଏବଂ ତାମିଲ ଫିଲ୍ମରେ ମଧ୍ୟ କାମ କରୁଛନ୍ତି। ଗତ ବର୍ଷ ଉର୍ବଶୀ ତାମିଲ ଡେବ୍ୟୁ ଘୋଷଣା କରିଥିଲେ। ସେ ଜେଡି ଜେରୀଙ୍କ ଫିଲ୍ମ ‘ଦି ଲିଜେଣ୍ଡ’ରେ ଅଭିନୟ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.