Latest Odisha News

BREAKING NEWS

ଜାଗ୍ରେବ ରେସଲିଂରେ ଭାଗ ନେବା ପାଇଁ ଅନୁମତି ଦେଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଜାଗ୍ରେବ ରେସଲିଂ ର‌୍ୟାଙ୍କିଙ୍ଗ ସିରିଜରେ ଭାଗ ନେବା ପାଇଁ କ୍ରୀଡା ମନ୍ତ୍ରଣାଳୟ ଆଜି ଭାରତୀୟ ରେସଲରଙ୍କୁ ଅନୁମତି ପ୍ରଦାନ କରିଛି । କ୍ରୋଏସିଆରେ ୧ରୁ ୫ ଫେବୃୟାରୀ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏହି ର‌୍ୟାଙ୍କିଙ୍ଗ ଚାମ୍ପିୟନଶିପରେ ଫ୍ରି ଷ୍ଟାଇଲରେ ୧୩ ପୁରୁଷ ରେସଲର ଭାଗ ନେବେ । ସେହିପରି ଗ୍ରୀକୋ ରୋମାନରେ ୧୧ଜଣ ଓ ଫ୍ରିଷ୍ଟାଇଲରେ ୧୨ ମହିଳା ରେସଲର ଭାଗ ନେବେ । କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଗଠିତ ନୂତନ କମିଟି ଏହାର ଦାୟିତ୍ୱ ନେଇଛନ୍ତି । ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷଙ୍କ ବିରୋଧରେ ବିକ୍ଷୋଭ କରିଥିବର ରେସଲରମାନଙ୍କୁ ଏଥିରେ ଅଂଶଗ୍ରହଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ହଟାଇବା ପାଇଁ ୩୦ରୁ ଊର୍ଦ୍ଧ୍ୱ ରେସଲର ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ତଦନ୍ତ ନ ସରିବା ପର୍ଯ୍ୟନ୍ତ ଡବ୍ଲ୍ୟୁଏଫଆଇ ବଦଳରେ କ୍ରୀଡା ମନ୍ତ୍ରଣାଳୟ ଏଥିପାଇଁ ବକ୍ସର ମେରୀ କମଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛି ।

Leave A Reply

Your email address will not be published.