ନୂଆଦିଲ୍ଲୀ: ଆଜିର ସମାଜରେ ଅବସାଦ ବା ମାନସିକ ସ୍ୱାସ୍ଥ୍ୟ ଖରାପ ରହିବା ସାଧାରଣ କଥା ହୋଇଗଲାଣି। କିନ୍ତୁ କେଉଁମାନେ ଅଧିକାଂଶ ଏପରି ରହୁଛନ୍ତି ତାର ଏକ ଅନୁଶୀଳିନ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି କମ୍ ପାଠୁଆ ବ୍ୟକ୍ତିଙ୍କ ଠାରେ ଅଧିକ ମାନସିକ ଅବସାଦ ରହୁଛି। ଭାରତ ସମେତ ନଅଟି ଦେଶର ତଥ୍ୟକୁ ନେଇ ପ୍ରସ୍ତୁତ ହୋଇଥିବା ଅନୁଶୀଳନରୁ ଏପରି କିଛି ତଥ୍ୟ ଜଣାପଡ଼ିଛି। ଦୁର୍ବଳ ସାକ୍ଷରତା ଥିବା ଲୋକମାନେ ଏକାଲାପଣ, ଅବସାଦ ଏବଂ ଚିନ୍ତା ଭଳି ଅଧିକ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୋଲି ଜଣାପଡିଛି।
ମେଣ୍ଟାଲ ହେଲଥ ଆଣ୍ଡ ସୋସିଆଲ ଇନକ୍ଲୁଜନ ନାମକ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିବା ଗବେଷଣା ରିପୋର୍ଟରେ ସାକ୍ଷରତା ଓ ମାନସିକ ସ୍ୱାସ୍ଥ୍ୟର ବିଶ୍ୱସ୍ତରୀୟ ଚିତ୍ରକୁ ପ୍ରଥମେ ଅନୁଧ୍ୟାନ କରାଯାଇଛି। ୟୁକେର ଇଷ୍ଟ ଆଙ୍ଗଲିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଅଳ୍ପ କିମ୍ବା ନିରକ୍ଷର ମହିଳାଙ୍କୁ ପ୍ରଭାବିତ କରେ। ଏପରି ବ୍ୟକ୍ତି ବିଶ୍ୱର ଦୁଇ ତୃତୀୟାଂଶ ନିରକ୍ଷର ରହିଛନ୍ତି।
ୟୁଇଏ’ର ନର୍ଭିଚ୍ ମେଡିକାଲ୍ ସ୍କୁଲର ବୋନି ଟିଗ୍ୟୁ କହିଛନ୍ତି, ‘ଗତ ୫୦ ବର୍ଷ ମଧ୍ୟରେ ସାକ୍ଷରତା ହାର ବୃଦ୍ଧି ପାଇଥିଲେ ମଧ୍ୟ ଏବେ ବି ସାରା ବିଶ୍ୱରେ ୭୭୩ ନିୟୁତ ବୟସ୍କ ଅଛନ୍ତି, ଯେଉଁମାନେ ପଢ଼ି ପାରୁନାହାନ୍ତି କିମ୍ବା ଲେଖି ପାରୁନାହାନ୍ତି।
ସୁଶ୍ରୀ ଟିଗ କହିଛନ୍ତି, ବିକାଶଶୀଳ ଦେଶମାନଙ୍କରେ ଥିବା ଲୋକମାନଙ୍କଠାରେ ସାକ୍ଷରତା ହାର କମ୍ ଥାଏ ଏବଂ ମହିଳାମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି।
ଗବେଷକମାନେ ଉଲ୍ଲେଖ କରିଛନ୍ତି ଯେ ଅଧିକ ସାକ୍ଷରତା ଥିବା ବ୍ୟକ୍ତିମାନେ ଚାକିରି ଖୋଜିବା ଭଳି ଜିନିଷରେ ଉତ୍ତମ ସାମାଜିକ ଫଳାଫଳ ପାଆନ୍ତି, ଭଲ ଦରମା ମିଳୁଛି, ଏବଂ ଉତ୍ତମ ଖାଦ୍ୟ ଓ ବାସଗୃହ ଯୋଗାଇ ଦେବାରେ ସକ୍ଷମ ହେବେ। ପଢିବା କିମ୍ବା ଲେଖିବା ପାଇଁ ସକ୍ଷମ ନହେବା ଜଣେ ବ୍ୟକ୍ତିକୁ ଜୀବନସାରା ପଛକୁ ଠେଲି ଦେଇଥାଏ ଏବଂ ସେମାନେ ଅନେକ ସମୟରେ ଦାରିଦ୍ର୍ୟରେ ଫସି ଯାଇଥାନ୍ତି।
ଏହା ମଧ୍ୟ ଜଣାଯାଏ ଯେ କମ୍ ସାକ୍ଷରତା ଯୋଗୁଁ ଖରାପ ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ରୋଗ ଏବଂ ଅଳ୍ପ ଦିନ ଜିଇଁବା ଆଶା ସହିତ ଜଡିତ ବୋଲି ସୁଶ୍ରୀ ଟିଗ କହିଛନ୍ତି। ସାକ୍ଷରତା ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ଭାବିତ ସମ୍ପର୍କକୁ ଅନୁଧ୍ୟାନ କରି କିଛି ଗବେଷଣା ହୋଇଛି କିନ୍ତୁ ବୈଶ୍ୱିକ ସ୍ତରରେ ଏହି ପ୍ରସଙ୍ଗକୁ ଦେଖିବା ପାଇଁ ଏହା ହେଉଛି ପ୍ରଥମ ଅଧ୍ୟୟନ ବୋଲି ସେ କହିଛନ୍ତି।
ଏହି ଅଧ୍ୟୟନ ବେଳେ ନଅଟି ଭିନ୍ନ ଭିନ୍ନ ଦେଶ ଯଥା ଆମେରିକା, ଚୀନ, ନେପାଳ, ଥାଇଲାଣ୍ଡ, ଇରାନ, ଭାରତ, ଘାନା, ପାକିସ୍ତାନ ଏବଂ ବ୍ରାଜିଲର ନାଗରିକଙ୍କୁ ସାମିଲ କରାଯାଇଥିଲା।
ତେବେ ଖରାପ ସାକ୍ଷରତା ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଖରାପ ହୁଏ ବୋଲି ଆମେ ନିଶ୍ଚିତ ଭାବେ କହିପାରିବା ନାହିଁ, କିନ୍ତୁ ଏହାକୁ ଏକ ସାଧାରଣ ଭାବେ ଧରିପାରିବା ବୋଲି ସୁଶ୍ରୀ ହୁନ କହିଛନ୍ତି। ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବାକୁ ଅନେକ କାରଣ ରହିଛି ଯାହା ସାକ୍ଷରତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ଯେପରିକି ଦାରିଦ୍ର୍ୟ ବୋଲି ଏଠାରେ କୁହାଯାଇଛି।
Comments are closed.