ଗାଡ଼ି ଚାବିରେ ଖେଳି ଖେଳି ଯିବା ଅନେକଙ୍କର ଅଭ୍ୟାସ । ହେଲେ ଏହା ବଦ୍ଅଭ୍ୟାସ ଅନେକ ସମୟରେ ପ୍ରମାଣିତ ହୁଏ । ଏମିତି ଏକ ବଦଅଭ୍ୟାସ ଜଣେ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ନିଜ କାର ଚାବିରେ ଅନ୍ୟମନସ୍କ ଭାବେ ଖେଳି ଖେଳି ଯାଉଥିବା ସମୟରେ ଚାବି ତାଙ୍କ ମୁହଁରେ ପଶିଯିବା ସହ ସେ ରକ୍ତାକ୍ତ ହୋଇ ପଡ଼ିଥିଲେ । ଏମିତି କି ଏଥିପାଇଁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି ହେବାକୁ ପଡ଼ିଲା । ଘଟଣା ଘଟିଛି କାନାଡ଼ାରେ ।
କାନାଡାରେ ରହୁଥିବା ୨୪ ବର୍ଷୀୟ ଯୁବତୀ ରେନି ଲୋରିଭିଆର୍ ମ୍ୟାକଡୋନାଲ୍ଡ ଖାଇବା ପାଇଁ ବାହାରି ଥିଲେ । ସେ ତାଙ୍କର ଜଣେ ସାଙ୍ଗକୁ ନେଇ କାର ଆଣିବା ପାଇଁ ଆପାର୍ଟମେଣ୍ଟର ତଳେ ଥିବା ପାର୍କିଂ ଏରିଆକୁ ଆସିଲେ । କାର ଚାବିକୁ ଉପରକୁ ଫିଙ୍ଗି ଫିଙ୍ଗି ସାଙ୍ଗ ସହ କଥା ହୋଇ ତଳକୁ ଆସୁଥିବା ସମୟରେ ଚାବି ପେନ୍ଥାଟି ତାଙ୍କ ମୁହଁରେ ପଶି଼ିଯାଇଥିଲା । ଦେଖୁ ଦେଖୁ ତାଙ୍କ ମୁହଁ ସାରା ରକ୍ତ ଜୁଡ଼ୁୁବୁଡ଼ୁ ହୋଇଗଲା । ଚାବିଟି ତାଙ୍କ ମୁହଁରେ ଏମିତି ପଶିଯାଇଥିଲା ଯେ, ତାଙ୍କୁ ହସପିଟାଲ ଯିବାକୁ ପଡ଼ିଥିଲା । ଏକ୍ସ-ରେ ଦେଖାଗଲା ଯେ ତାଙ୍କ ନାକ ନିକଟରେ ଥିବା ଅନେକ ଶିରା ମଧ୍ୟ ଚିରି ହୋଇଯାଇଛି । ପରେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ତାଙ୍କର କ୍ଷତ ଠିକ୍ କରାଗଲା । ଏନେଇ ରେନି କୁହନ୍ତି, ମୋର ଟିକିଏ ଅସାବଧାନତା ଯୋଗୁ ମୁହଁ ପୁରା ବିଗିଡ଼ି ଗଲା । ମୁଁ କେବେ ଭାବି ନ ଥିଲେ ଚାବିଟି ଏତେ ଭିତରକୁ ପଶିଯିବ । ମୋର ଏପରି ଅବସ୍ଥା ଦେଖି ମୋର ସାଙ୍ଗ ଆମ୍ବୁଲାନ୍ସ ଡ଼କାଇ ମୋତେ ତୁରନ୍ତ ହସପିଟାଲରେ ଭର୍ତ୍ତି କଲେ । ହସପିଟାଲରେ ପହଞ୍ôଚବା ବରେ ଡ଼ାକ୍ତର ଓ ନର୍ସ ମୋର ଏପରି ଅବସ୍ଥା ଦେଖି ପ୍ରଥମେ ତାଜୁବ୍ ହୋଇଗଲେ । ଖବର ଧୀରେ ଧୀରେ ପୁରା ହସପିଟାଲ ପ୍ରଚାର ହୋଇଗଲା । ବିଭିନ୍ନ ବିଭାଗର ଡାକ୍ତରମାନେ ମୋତେ ଦେଖିବାକୁ ଆସୁଥିଲେ, କାରଣ ସେମାନେ ଏହାକୁ ବିଶ୍ୱାସ କରିପାରି ନ ଥିଲେ ।
BREAKING NEWS
- ହୋର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର ‘ସମ୍ପୂର୍ଣ୍ଣ ନିୟନ୍ତ୍ରଣ’ ଦାବି କଲେ ଟ୍ରମ୍ପ, ଇରାନର କଡ଼ା ଚେତାବନୀ
- ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ: ମେଧାବୀଙ୍କୁ ଗ୍ଲୋବାଲ୍ ଏକ୍ସପୋଜର୍ ଦେବାକୁ ଆରମ୍ଭ ହେଲା ‘ଓଭରସିଜ୍ ସ୍କଲାରସିପ୍’ ଯୋଜନା
- ଛାତି ପୋଡ଼ାଜଳା ନୁହେଁ, ଗଳାରେ ଏହି ସମସ୍ୟା ଦେଖାଦେଲେ ହୋଇପାରେ ଏସିଡିଟିର ଗୁରୁତର ଲକ୍ଷଣ
- ଗାଲେ ଟେଷ୍ଟ: ଜିତିବା ପାଇଁ ଭାରତକୁ ଆବଶ୍ୟକ ୬ ୱିକେଟ
- ପୁରୀ ଅସ୍ତରଙ୍ଗରେ ବଡ଼ ଧରଣର ଲୁଟ୍: ମୋବାଇଲ୍ ଦୋକାନରୁ କୋଟିଏ ଟଙ୍କାର ଫୋନ୍ ସହ ଦେଢ଼ ଲକ୍ଷ ଟଙ୍କା ଗାଏବ
- ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ: ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଇଏମଡି
- CJP ଆନ୍ଦୋଳନ ବେଳେ ହିଂସା: ତଦନ୍ତ କରିବ ହାଇପାୱାର ପ୍ୟାନେଲ୍
- ବିଦ୍ୟୁତ୍ ବଲ୍ବ୍ରେ କେଉଁ ଗ୍ୟାସ୍ ବ୍ୟବହାର କରାଯାଏ, ଜାଣନ୍ତି କି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
- ୫୫ କୋଟି ଟଙ୍କାର ଋଣ ଭାର, ନିଲାମ ହେବାକୁ ବସିଥିଲା ବଙ୍ଗଳା: ଖରାପ ସମୟର ସ୍ମୃତି ବଖାଣିଲେ ‘ଗଦ୍ଦର ୨’ ଷ୍ଟାର
- ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ, ବିପଦ ଘେରରେ ଜନଜୀବନ

Comments are closed.