Latest Odisha News

BREAKING NEWS

ମନ୍ତ୍ର ଧ୍ବନୀରେ କମ୍ପୁଛି ଖଣ୍ଡଗିରି

ଭୁବନେଶ୍ବର: ମନ୍ତ୍ରଧ୍ବନୀରେ କମ୍ପୁଛି ଖଣ୍ଡଗିରି ପାହାଡ଼ର ଗୁମ୍ଫା । ଚାଲିଛି  ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ବିଶ୍ବ କଲ୍ୟାଣ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥମାନେ ଦେଉଛନ୍ତି ଆହୂତି । ୯ ଦିନ ଧରି ଚାଲିବ ଏହି ସାଧୁ ସନ୍ଥଙ୍କ ମେଳି ।

ଖଣ୍ଡଗିରି ପାହାଡ଼ ଉପରେ ଥିବା ରାଧେଶ୍ୟାମ କୁଣ୍ଡ ପାଖରେରେ ଯଜ୍ଞ ସାଙ୍ଗକୁ କମ୍ପୁଛି ହର ହର ମହାଦେବର ଧ୍ବନୀ । ମେଳାରେ ସାଧୁସନ୍ଥଙ୍କ ଠାରୁ ଆଶିଷ ଲାଭ କରିବାକୁ ଲାଗୁଛି ଭକ୍ତଙ୍କ ଭିଡ଼ । ଅନ୍ୟପଟେ ବିଏମସି ପକ୍ଷରୁ ସାଧୁସନ୍ଥଙ୍କ ସୁରକ୍ଷାଠାରୁ ଆରମ୍ଭ କରି ପାର୍କିଂ ସହିତ ବ୍ୟାପକ ବ୍ୟବସ୍ଥା କରାଯାଇଛି  ।

ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଯାତ୍ରା । ମେଳାରେ ୬ଟି ଅପେରା ପାର୍ଟିକୁ ଏବର୍ଷ ମିଳିଛି ଅନୁମତି । ୫ଟି ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା । ସମସ୍ତ ଅଞ୍ଚଳ ରହିଛି ସିସିଟିଭି କଭରେଜରେ ।

Leave A Reply

Your email address will not be published.