ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହୁଛୁ ଯେଉଁଠି ସବୁ ଲୋକ ଦୃଷ୍ଟିହୀନ । ଏମିତି କି ଏଠାରେ ଥିବା ପଶୁପକ୍ଷୀ ମଧ୍ୟ ଦୃଷ୍ଟିବାଧିତ ।
ମେସ୍କିକୋର ସହରତଳି ଅଂଚଳରେ ରହିଛି ଟିଲ୍ଟେପକ ଗାଁ । ଗାଁରେ ପ୍ରାୟ ୩୦୦ ଲୋକ ବସବାସ କରିଥାନ୍ତି । ତେବେ ଏହି ଗାଁର ଆଚମ୍ବିତ ଘଟଣା ହେଲା ଏଠାକାର ସବୁ ଲୋକ ଦୃଷ୍ଟିହୀନ । କୁହାଯାଏ, ଜନ୍ମ ବେଳେ ଏଠାକାର ସବୁ ପିଲା ସୁସ୍ଥ ଭାବେ ଜନ୍ମ ନେଇଥାନ୍ତି । ହେଲେ ଜନ୍ମର କିଛି ଦିନ ପରେ ଧୀରେ ଧୀରେ ସେମାନେ ଦୃଷ୍ଟିଶକ୍ତି ହରାଇ ବସିଥାନ୍ତି । ଏହି ଗାଁଟି ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ । ଗାଁରେ ପ୍ରାୟ ୭୦ଟି ଚାଳ ଘର ରହିଛି । ଆଶ୍ଚର୍ଯ୍ୟର କଥା, କୌଣସି ଘରେ କବାଟ କି ଝରକା ନାହିଁ । କାରଣ ଗାଁ ସାରା ଲୋକେ ଦୃଷ୍ଟିହୀନ ଥିବାରୁ ଆଲୋକର ଆବଶ୍ୟକ ପଡ଼େ ନାହିଁ । ଏମାନେ ପଶୁପକ୍ଷୀଙ୍କ ଶବ୍ଦରୁ ସକାଳ ହେଉଥିବା ଜାଣିବାକୁ ପାଇଥାନ୍ତି । ସନ୍ଧ୍ୟା ହେଲେ ଗାଁ ସାରା ଲୋକେ ଗୋଟିଏ ସ୍ଥାନରେ ଏକାଠି ହୋଇ ଖାଇଥାନ୍ତି । ମଦ ପିଇ ନାଚଗୀତରେ ମାତିଥାନ୍ତି ।
ସ୍ଥାନୀୟ ଲୋକଙ୍କ କହିବା କଥା ହେଲା; ଏଠାରେ ଏକ ଲାବଜୁଏଜା ନାମକ ଏକ ଗଛ ରହିଛି । ଏହାକୁ ଦେଖିଲେ ଲୋକେ ଦୃଷ୍ଟିଶକ୍ତି ହରାଇଥାନ୍ତି । ଏଥିରେ କୌଣସି ସତ୍ୟତା ନ ଥିବା ଚିକିତ୍ସା ବିଜ୍ଞାନୀଙ୍କ ମତ । କାରଣ ଏଠାକୁ ଆସୁଥିବା କୌଣସି ବି ପର୍ଯ୍ୟଟକ ଚର୍ଚ୍ଚିତ ଗଛକୁ ଦେଖି ଏ ପର୍ଯ୍ୟନ୍ତ ଦୃଷ୍ଟିଶକ୍ତି ହରାଇଥିବାର ପ୍ରମାଣ ନାହିଁ । ଚିକିତ୍ସା ବିଜ୍ଞାନୀଙ୍କ ମତରେ; ଏଠାକାର ଲୋକ ଅନ୍ଧ ହେବାର ମୁଖ୍ୟକାରଣ ହେଉଛି କିଟାଣୁ । ଏକ କଳା ଛୋଟ ପୋକ କାମୁଡ଼ିବା ଦ୍ୱାରା ଏହାର ବିଷ ଶରୀରରେ ବ୍ୟାପି ଯାଇଥାଏ , ଯାହାଦ୍ୱାରା ସେମାନଙ୍କ ଚକ୍ଷୁ କୋଷ କାମ କରିବା ବନ୍ଦ ହୋଇଯାଇଥାଏ । ତେଣୁ ଜଣେ ଲୋକ ଶୀଘ୍ର ଅନ୍ଦ ହୋଇଯାଇଥାଏ । ଏହି ଗାଁରେ ଥିବା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ପ୍ରତିକ୍ରିିୟା ଦେଖାଦିଏ, ଯେଉଁ କାରଣରୁ ସେମାନେ ଦୃଷ୍ଟିବାଧିତା ହୋଇଥାନ୍ତି ।
BREAKING NEWS
- ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
- Union Budget 2026: ଚଳିତ ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ କଣ ମିଳିଲା…
- Budget 2026: ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା; ପ୍ରତ୍ୟେକ ଜିଲ୍ଲାରେ ବାଳିକା ଛାତ୍ରାବାସ ପ୍ରତିଷ୍ଠା ହେବ
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
- Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…
- ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି
- ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
- Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ
Comments are closed.