Latest Odisha News

ଅଷ୍ଟ୍ରେଲିଆରେ ରେଡିଓ ଆକ୍ଟିଭ କ୍ୟାପସୁଲ ହଜିବା ସରକାର ପାଇଁ ସାଜିଛି ମୁଣ୍ଡ ବ୍ୟାଥାର କାରଣ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଏକ ଛୋଟ ରେଡିଓ ଆକ୍ଟିଭ କ୍ୟାପସୁଲ ହଜିବା ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏହାକୁ ଖୋଜିବା ପାଇଁ ଦେଶର ସବୁଠାରୁ ବଡ ନ୍ୟୁକ୍ଲିୟର ଏଜେନ୍ସିକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୨ ଜାନୁୟାରୀରେ ଏକ ଟ୍ରକରେ କ୍ୟାପସୁଲଗୁଡିକୁ ମାଇନିଂ ସାଇଟକୁ ନିଆ ଯାଉଥିଲା । ଖରାପ ରାସ୍ତା ଯୋଗୁ ଗୋଟିଏ କ୍ୟାପସୁଲ ଖସି ପଡିଥିବା ଅନୁମାନ କରାଯାଉଛି । ସରକାରଙ୍କ ପକ୍ଷରୁ ସାଧାରଣଲୋକଙ୍କୁ ଅନୁରୋଧ କରାଯାଇଛି ଯେ, ଯଦି କିଏ ଏହି କ୍ୟାପସୁଲକୁ ଦେଖେ ତାହାହେଲେ ଖବର ଦେବାକୁ ଅନୁରୋଧ କରାଯାଉଛି । ଏହା ବ୍ୟତୀତ ଯଥାସମ୍ଭବ ଏହାଠାରୁ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

BjdElectrycity

ରିପୋର୍ଟ ମୁତାବକ ଏବେ ଏହି କ୍ୟାପସୁଲ ପ୍ରତ୍ୟେକ ଘଂଟାରେ ୧୦ ଏକ୍ସ ରେ ସମକକ୍ଷ ବିକିରଣ ଛାଡୁଛି । ଏହି କ୍ୟାପସୁଲ ୧୯ଜିବିକ୍ୟୁ ଅଟେ । ଯେଉଁଥିରେ ରେଡିଓ ଆକ୍ଟିଭ ମେଟାଲ ସୋସିୟମ ୧୩୭ ରଖାଯାଇଛି । ଯାହାକି ଗାମା ଓ ବିଟା ବିକିରଣ ଛାଡିଥାଏ । ଏହାକୁ ବଡ ଉଦ୍ୟୋଗରେ ମ୍ୟାଟେରିଆଲର ଡେନସିଟି ମାପିବା ପାଇଁ ବ୍ୟବହାର କରାଯାଇଥାଏ । ୧୪୦୦ କିଲୋମିଟର ପରିବ୍ୟାପ୍ତ ଅଂଚଳରେ ଏବେ ଏହି କ୍ୟାପସୁଲକୁ ଖୋଜା ଚାଲିଛି ।

Leave A Reply

Your email address will not be published.