Latest Odisha News

BREAKING NEWS

ଶତକବୀର ଶୁଭମନ

ମୁମ୍ବାଇ: ଟିମ ଇଣ୍ଡିଆର ଏବେ ଷ୍ଟାର ଖେଳାଳି ଆଖ୍ୟା ପାଇଛନ୍ତି ଶୁଭମନ ଗିଲ । ଆନ୍ତର୍ଜାତୀୟ ପଦାର୍ପଣ ପରଠାରୁ ତାଙ୍କ ବ୍ୟାଟ ନୀରବ ହେବାର ନାଁ ଧରୁନି । ୬ ମାସରେ ୬ ଶତକ ମାରି ସେ ଏବେ ବେଶ ଲୋକପ୍ରିୟ ହୋଇ ଉଠିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ସେ ଭାରତ ପକ୍ଷରୁ ସର୍ବାଧିକ ସ୍କୋର କରିବା ଗୌରବ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ଭାରତ ପକ୍ଷରୁ ସବୁଠାରୁ ଯୁବ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଏହି ୧୨୬ ରନ ବ୍ୟତୀତ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ୧୧୨ ଓ ୨୦୮ର ସ୍କୋର କରିଛନ୍ତି । ଯୁବ ଖେଳାଳି ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିବା କୀର୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ୧୧୬ ଓ ବାଂଲାଦେଶ ବିରୋଧରେ ୧୧୦ ଓ ୧୩୦ ରନର ଆକର୍ଷଣୀୟ ଇନିଂସ ଖେଳିଛନ୍ତି ।

ବିରାଟ କୋହଲି ମଧ୍ୟ ଗିଲଙ୍କୁ ଭାରତର ଭବିଷ୍ୟ ବୋଲି କହି ସାରିଛନ୍ତି । ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଧିରେ ଧିରେ ଅନ୍ୟମାନଙ୍କଠାରୁ ଅଲଗା କରିବାରେ ଲାଗିଛି । ୬ ମାସ ମଧ୍ୟରେ ସେ ୩ଟି ଯାକ ଫର୍ମାଟରେ ଶତକ ହାସଲ କରି ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିଛନ୍ତି ।

Leave A Reply

Your email address will not be published.