Latest Odisha News

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ମିଡିଲ ଅର୍ଡର ନେଇ ଟିମ ଇଣ୍ଡିଆର ଅଙ୍କକଷା ଆରମ୍ଭ

ମୁମ୍ବାଇ: ଘରୋଇ ପରିବେଶରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୱାଇଟ ବଲ ସିରିଜ ଖେଳିବା ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅତି କମରେ ୨ଟି ଟେଷ୍ଟ ଜିତିବା ସହ ବାକି୨ଟିକୁ ଡ୍ର ରଖିବାକୁ ପଡିବ । ୮ଜଣ ଖେଳାଳି ଫିଟ ରହିଲେ ଏହି ସିରିଜରେ ଖେଳିବା ନିଶ୍ଚିତ । ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ । ତୃତୀୟ ସ୍ଥାନରେ ଚେତେଶ୍ୱର ପୂଜାରା ଓ ୪ର୍ଥରେ ବିରାଟ କୋହଲି ଖେଳିବେ । ୭ ଏବଂ ୮ ନମ୍ବର ସ୍ଥାନରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନ ଖେଳିବା ପ୍ରାୟତଃ ନିଶ୍ଚିତ । ୯ମ ସ୍ଥାନରେ କୁଲଦୀପ ଯାଦବ ଓ ଅକ୍ଷର ପଟେଲ ମଧ୍ୟରେ ମୁକାବିଲା ହେବ । ଭାରତରେ ପ୍ରଦର୍ଶନ ବିଚାରକୁ ନେଲେ ଅକ୍ଷର ଭଲ ଫର୍ମରେ ଅଛନ୍ତି । ସେହିପରି ୧୦ ଏବଂ ୧୧ତମ ସ୍ଥାନରେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ଖେଳିବେ ।

ବର୍ତମାନ ପ୍ରଶ୍ନ ୫ ନମ୍ବର ସ୍ଥାନରେ କିଏ ଖେଳିବେ ? ଆଘାତ ପ୍ରାପ୍ତ ଶ୍ରେୟାଶ ଆୟାରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କ ମଧ୍ୟରୁ କାହାକୁ ଖେଳାଯିବ ତାହା ବର୍ତମାନ ମୁଣ୍ଡ ବ୍ୟାଥାର କାରଣ ହୋଇଛି । ଉଭୟ ଖେଳାଳି ଜବରଦସ୍ତ ଫର୍ମରେ ଅଛନ୍ତି । ଯାହାକୁ ବସାଯିବ ତାଙ୍କ ପ୍ରତି ଅନ୍ୟାୟ ହେବ । ସେହିପରି ୱିକେଟ କିପର ଭାବେ ୬ ନମ୍ବର ସ୍ଥାନରେ ଈଶାନ କିଶାନ ଓ କେଏସ ଭରତ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ । କିଶାନ ଦ୍ରୁତ ରନ ସଂଗ୍ରହ କରିବା କ୍ଷମତା ରଖିଥିଲେ ମଧ୍ୟ ସ୍ପିନ ହେଉଥିବା ପିଚରେ ଭରତଙ୍କ ପରି ପ୍ରଫେଶନାଲ ୱିକେଟ କିପରର ଆବଶ୍ୟକତା ରହିଛି ବୋଲି ଚନ୍ଦ୍ରକାନ୍ତ ପଣ୍ଡିତ କହିଛନ୍ତି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶାନ, କେଏସ ଭରତ, ଆର.ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଡକଟ ।

Leave A Reply

Your email address will not be published.