ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ବିତୀୟ ଚାର୍ଜସିଟ ଦାଖଲ କରିଛି। କିଛି ମିଡିଆରେ ପ୍ରକାଶ ପାଇଥିବା ଏହି ଇଡିକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ ହୋଇଛି। ଚାର୍ଜସିଟ୍ ଅନୁଯାୟୀ ଦିଲ୍ଲୀର ହୋଇଥିବା ଅବକାରୀ ଦୁର୍ନୀତିରୁ ଆୟ ହୋଇଥିବା ଟଙ୍କା ଗୋଆ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବ୍ୟବହାର କରିଛି। ଗତବର୍ଷ ହୋଇଥିବା ଏହି ବିଧାନସଭା ନିର୍ବାଚନରେ ଆପ୍ ମାତ୍ର ଦୁଇଟି ଆସନରେ ଜିତିଥିଲା।
ଇଡିର ଚାର୍ଜସିଟକୁ ନେଇ ବିଜେପି ଏବଂ ଆପ୍ ମୁହାଁମୁହିଁ ହୋଇଥିବା ବେଳେ ଇଡିର ଚାର୍ଜସିଟକୁ ମନଗଢା ଏବଂ ଫେକ୍ ବୋଲି କହିଛନ୍ତି ଆପ୍ ସୁପ୍ରିମୋ ତଥା ଦିଲ୍ଲା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଇଡିର ସମସ୍ତ ମାମଲା ଫେକ୍। ଦୁର୍ନୀତିକୁ ଦୂର କରିବା ପାଇଁ ନୁହେଁ ବରଂ ସରକାରଙ୍କୁ ହଟାଇବା ପାଇଁ ଇଡି କାମ କରୁଛି ବୋଲି ସେ କହିଛନ୍ତି।
ED Chargesheet "Fiction" है
ED ने पूरे कार्यकाल में 5,000 Chargesheet File की होगी
कितने लोगों को सजा हुई? सारे Case फ़र्ज़ी होते हैं..
ED का इस्तेमाल केवल सरकारें गिराने, MLA ख़रीदने के लिए होता है
—CM @ArvindKejriwal pic.twitter.com/t4kkVXDg0c
— AAP (@AamAadmiParty) February 2, 2023
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ଚାର୍ଜସିଟ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଗୋଆରେ ଅବକାରୀ ଦୁର୍ନୀତି ଟଙ୍କା ବ୍ୟବହାର କରାଯାଇଛି। ଇଡି ଏହି ମାମଲାରେ ପାଖାପାଖି 5 ହଜାର ଫାଇଲ ଦାଖଲ କରିଛି, କିନ୍ତୁ କିଛି ହୋଇ ନାହିଁ। ଇଡି କେବଳ ବିଧାୟକ କିଣିବା ଏବଂ ବିକିବା ପାଇଁ ବ୍ୟବହାର ହେଉଛି। ଇଡିର ଚାର୍ଜସିଟ୍ କାଳ୍ପନିକ।
ଇଡି ଚାର୍ଜସିଟରେ ଦାବି କରିଛି ଯେ ଗୋଆ ବିଧାନସଭା ନିର୍ବାଚନ ପାଇଁ ଦଳ ଆପ୍ କର୍ମୀଙ୍କୁ ପ୍ରାୟ 70 ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ଆପର କମ୍ୟୁନିକେସନ ବା ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାର ଜେରା ବେଳେ ଏହା କହିଥିବା ଏବଂ ଦଳର ଅନେକ ନେତା ଏହି ଟଙ୍କା ନେବାରେ ସାମିଲ ଥିଲେ ବୋଲି କୁହାଯାଇଛି।
ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟ୍କୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସମନ କରିଛନ୍ତି। ପରବର୍ତ୍ତୀ ସମୟରେ ଫେବୃଆରୀ 23ରେ କୋର୍ଟ ଶୁଣାଣି କରିବେ। ବିଜୟ ନାୟାର, ସାରଥ ରେଡ୍ଡୀ, ବିନୋ ବାବୁ, ଅଭିଷେକ ବୋଇନାପାଲ୍ଲୀ ଏବଂ ଅମିତ ଆରୋରାଙ୍କ ନାମ ଚାର୍ଜସିଟରେ ଅଛି। କିନ୍ତୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମ ଏଥିରେ ନାହିଁ।
Comments are closed.