Latest Odisha News

BREAKING NEWS

ଏଠାରେ ଗୋରା ପିଲା ଜନ୍ମ ହେଲେ ସଙ୍ଗେ ସଙ୍ଗେ କରି ଦିଆଯାଏ ହତ୍ୟା

ନୂଆଦିଲ୍ଲୀ: ସଦ୍ୟଜାତ ଶିଶୁକୁ ଆମ ସଭ୍ୟତାରେ ଭଗବାନଙ୍କ ରୂପ ଭାବେ ବିବେଚନା କରାଯାଏ । ଶିଶୁର ରଙ୍ଗ, ରୂପ ନେଇ କେବେ ଭେଦ ଭାବ କରାଯାଏନି । ତଥାପି ଏ ଭଳି ଏକ ତଥ୍ୟ ଆମେ ଆପଣଙ୍କୁ ଦେଉଛି ଯାହାକି ଏକ ଚିନ୍ତାର ବିଷୟ । ଆଣ୍ଡାମାନ ନିକୋବର ଦ୍ୱୀପପୁଂଜରେ ରହୁଥିବା ଜାରୱା ଜାନଜାତିଙ୍କ ନିର୍ଦ୍ଦୟ ପ୍ରଥା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ଏଠାରେ ଏ ଭଳି ଏକ ଜନଜାତି ଅଛନ୍ତି ଯେଉଁଠାରେ ଛୋଟ ପିଲାଟିଏ ଜନ୍ମ ହେଲେ ଯଦି ତାର ରଙ୍ଗ ଗୋରା ହୋଇଥାଏ, ତାହାହେଲେ ୫ ମିନିଟ ମଧ୍ୟରେ ମାରି ଦିଅନ୍ତି । ଏପରିକି ତାର ମାଆଙ୍କୁ ଶେଷ ଜୀବନ ପର୍ଯ୍ୟନ୍ତ ଘୃଣା ଚକ୍ଷୁରେ ଦେଖିଥାନ୍ତି । ଆଉ ପିଲାଟି ଯଦି ସେମାନଙ୍କ ରଙ୍ଗ ପରି ହୋଇଥିଲେ ଖୁସିର ମାହୋଲ ସୃଷ୍ଟି ହୋଇଥାଏ ।

ଏହି ଜନଜାତି ପ୍ରଥମେ ଆଫ୍ରିକାରେ ବାସ କରୁଥିଲେ, ପରେ ସେମାନେ ଏଠାରେ ଆସି ରହିଥିଲେ । ଏହି ଅଂଚଳକୁ ସରକାରଙ୍କ ପକ୍ଷରୁ ସଂରକ୍ଷିତ ସ୍ଥାନ ଭାବେ ଘୋଷଣା କରାଯାଇଛି । ବିନା ଅନୁମତିରେ ସେମାନେ ରହୁଥିବା ସ୍ଥାନକୁ ବାହାର ଲୋକ ଯାଇପାରିବେ ନାହିଁ । ଏବେ ଏହି ଜନଜାତିଙ୍କ ସଂଖ୍ୟା ୨୫୦ରୁ ୪୦୦ ମଧ୍ୟରେ ରହିଛି । ୧୯୯୦ ପରଠାରୁ ସେମାନଙ୍କ ଚଳଣୀରେ ସାମାନ୍ୟ ପରିବର୍ତନ ଆସଛି । ଏହା ସତ୍ୱେ ସେମାନେ ଏବେ ବି ନିଜସ୍ୱ ଶୈଳୀରେ ଚଳୁଛନ୍ତି ।

Leave A Reply

Your email address will not be published.