Latest Odisha News

ଗୁଳିମାଡ ପରେ ମନ୍ତ୍ରୀ ନବ ଦାସଙ୍କୁ ବୁର୍ଲା ବଦଳରେ ଭୁବନେଶ୍ବର ଅଣାଗଲା କାହିଁକି?

ଭୁବନେଶ୍ୱର: ଗତ ରବିବାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁଳିମାଡର ଶିକାର ହେବା ପରେ ପାଖରେ ଥିବା ବୁର୍ଲା ହସ୍ପିଟାଲ ନନିଆଯାଇ କାହିଁକି ତାଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଗଲା । ବିରୋଧୀ ସମେତ ସୋଶିଆଲ ମିଡିଆରେ ଏହାକୁ ନେଇ ଜବାବ ମଗାଯାଉଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଗୌତମ ଦାସଙ୍କୁ ସାମ୍ନା କରିବାକୁ ପଡିଛି ଏହି ପ୍ରଶ୍ନର।
ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ସୁଧାରିବାକୁ ଅନେକ କିଛି ପଦକ୍ଷେପ ନେଉଛନ୍ତି ବୋଲି କହୁଛନ୍ତି। ଭିତ୍ତିଭୂମୀଠାରୁ ଅନେକ କ୍ଷେତ୍ରରେ ସୁଧାର ଅଣଯାଉଥିବା ଦାବି କରୁଛନ୍ତି। ଏପରି ସ୍ଥିତିରେ ମନ୍ତ୍ରୀଙ୍କୁ ବୁର୍ଲା ଭଳି ବଡ ହସ୍ପିଟାଲ କିମ୍ବା ଏସସିବିକୁ ଅଣାନଯାଇ କାହଁକି ଆପୋଲୋ ଭଳି ଘରୋଇ ହସ୍ପିଟାଲକୁ ଅଣାଗଲା ସେ ନେଇ ପ୍ରଶ୍ନ ଉଠିଛି।
BjdElectrycity

ଏହି ପ୍ରସଙ୍ଗରେ ମୁଖପାତ୍ର ଗୌତମ ଦାସ କହିଛନ୍ତି, ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସ୍ୱାସ୍ଥ୍ୟସେବା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନବ ଦାସଙ୍କ ନାମ ନାହିଁ। ଯଦି ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଚ ଅଣାଯାଇ ନଥାନ୍ତା ତାହେଲେ ପୁଣିଥରେ ମିଡିଆ ହିଁ ପ୍ରଶ୍ନ ଉଠାଇଥାନ୍ତା ଏବଂ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠାଇଥାନ୍ତା। ହେଲେ ବୁର୍ଲା ଡାକ୍ତରଖାନାରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ରହିଛି ବୋଲି ବିଜେଡି ନେତା କହିଛନ୍ତି।

 

 

Leave A Reply

Your email address will not be published.