Latest Odisha News

BREAKING NEWS

ଓଡ଼ିଆ ଫିଲ୍ମକୁ ବିଶ୍ୱରେ ମିଳିଲା ସ୍ୱତନ୍ତ୍ର ପରିଚୟ : ବାବୁସାନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓ ଲୋକାଦୃତ ଓଡ଼ିଆ ଫିଲ୍ମ ‘ଦମନ’ ହିନ୍ଦୀ ଭାଷାରେ ମୁକ୍ତିଲାଭ ପରେ ଆଜି ଅପରାହ୍ନରେ ଓଡ଼ିଶା ଫେରିଛନ୍ତି ପୁରା ଦମନ ଫିଲ୍ମର ଟିମ୍ । ଅଭିନେତା ବାବୁଶାନ ଓ ଦମନ ଟିମ୍‌କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମ୍ୱର୍ଦ୍ଧନା ଦିଆଯାଇଛି ।

ଅଭିନେତା ବାବୁଶାନ କହିଛନ୍ତି ଯେ, ଏତେ ବର୍ଷ ପରେ ସାରା ଦେଶରେ ଏପରିକି ବିଶ୍ୱରେ ଓଡ଼ିଆ ଫିଲ୍ମକୁ ସ୍ୱତନ୍ତ୍ର ପରିଚୟ ମିଳିଲା । ବହୁତ ଖୁସି ଲାଗୁଛି । ଆଗକୁ ଏଭଳି ଫିଲ୍ମ ନିର୍ମାଣ ହେବା ଦରକାର । ଏଥିପାଇଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଉଦ୍ୟମ କରିବା ଦରକାର । ସେ ମଧ୍ୟ ନିଜେ ଆଗକୁ କିଛି ଭଲ ଫିଲ୍ମ ନିର୍ମାଣ ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ବାବୁଶାନ ।

ଓଡିଶାରେ ଫିଲ୍ମ ଦମନର ଦମଦାର ପ୍ରଦର୍ଶନ ପରେ ହିନ୍ଦୀ ଭାଷାରେ ଗତ ୩ ତାରିଖରେ ରିଲିଜ ହୋଇଛି ଏହି ଫିଲ୍ମ । ପନୋରମା ଷ୍ଟୁଡ଼ିଓରେ ଡବିଙ୍ଗ ସରିବା ପରେ ଫିଲ୍ମଟି ଦେଶର ବିଭିନ୍ନ ହଲରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଛି । ମାଲକାନଗିରି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ନେଇ ଜଣେ ଡାକ୍ତରଙ୍କ ଭୂମିକାକୁ ଫିଲ୍ମରେ ଚିତ୍ରଣ କରାଯାଇଛି, ଯାହା ନିଛକ ଓଡ଼ିଆ ମୌଳିକ କାହାଣୀ । ଓଡିଶାରେ ଢେର ସାରା ଲୋକପ୍ରିୟତା ମିଳିବା ପରେ ମୁମ୍ବାଇରେ ଫିଲ୍ମଟି ରିଲିଜ ହୋଇଛି ।

ଫିଲ୍ମର ପ୍ରମୋସନ ପାଇଁ ମୁମ୍ବାଇ ଯାଇଥିଲା ପୁରା ଦମନ ଟିମ୍ । ଭୁବନେଶ୍ୱର ଫେରିବା ପରେ ଦମନକୁ ଦେଶବ୍ୟାପୀ ସମର୍ଥନ ଓ ସଫଳତା ମିଳୁଥିବା ନେଇ କହିଛନ୍ତି ଫିଲ୍ମର ଅଭିନେତା ବାବୁସାନ ।

Leave A Reply

Your email address will not be published.