Latest Odisha News

BREAKING NEWS

ରାଜାଙ୍କ କାର ସଉକ: ଉଦୟପୁର ରାଜପ୍ରାସାଦରେ ଶୋଭା ପାଉଛି ବହୁ ପୁରୁଣା କାର

ରାଜସ୍ଥାନ: ଭାରତରେ ବିଭିନ୍ନ ସମୟରେ ଶାସନକ୍ଷମତାରେ ଥିବା ରାଜରାଜୁଡ଼ାମାନଙ୍କର ଅନେକ ସଉକ ଥିବା ନଜରକୁ ଆସେ । ଯେମିତି କିଛି ରାଜାଙ୍କର ରାଜପ୍ରାସାଦ ନିର୍ମାଣ କରିବା ସଉକ ଥିବା ବେଳେ ଅନ୍ୟ କିଛି ରାଜାଙ୍କ ଶୀକାର ସଉକ, କିଛି କିଛି ରାଜାଙ୍କର ବିଦେଶରୁ ବିଭିନ୍ନ ପ୍ରକାର ସାମଗ୍ରୀ ସଂଗ୍ରହ କରିବା ସଉକ ଥାଏ । ସେମିତି ରାଜସ୍ଥାନ ଉଦୟପୁର ରାଜପରିବାର ସଦସ୍ୟଙ୍କ ଭିନ୍ନ ଭିନ୍ନ କାର ଚଲାଇବା ଓ ସଂଗ୍ରହ କରିବା ସଉକ ଦେଖିବାକୁ ମିଳେ । ଏବେ ବି ଏହି ରାଜପ୍ରାସାଦରେ ପୂର୍ବ ରାଜପରିବାର ସଦସ୍ୟଙ୍କ କାର ସଉକ ସାମ୍ନାକୁ ଆସେ । ଏଥିରେ ବିଭିନ୍ନ କ୍ଲାସିକ କାରର ସଂଗ୍ରହ ରହିଛି, ଯାହା କ୍ୱଚିତ୍ ଅନ୍ୟ ରାଜପ୍ରାସାଦରେ ଦେଖିବାକୁ ମିଳେ ।

ଉଦୟପୁରର ପୂର୍ବତନ ରାଜା ଲକ୍ଷ୍ମଣାଜ ସିଂ ବ୍ୟବହାର କରୁଥିବା ଚାରିଟି ରୋଲ୍ସ-ରୋଏସ୍ କାରକୁ ଏବେ ବି ଯତ୍ନର ସହକାରେ ରଖାଯାଇଛି । ଏଥିସହିତ ପୂର୍ବ ରାଜାମାନଙ୍କ ଦ୍ୱାରା ସଂଗ୍ରୃହିତ ଅନେକ କାର ମଧ୍ୟ ଏଠାରେ ରଖାଯାଇଛି, ଯାହାକୁ ସେମାନେ ନିଜ ସଉକ ଅନୁସାରେ କିଣି ବ୍ୟବହାର କରୁଥିଲେ । ପୂର୍ବତନ ରାଜା ଭଗବତ ସିଂ ମେୱାରଙ୍କ ପରେ ଅରବିନ୍ଦ ସିଂ ମେୱାର ଏବଂ ଲକ୍ଷ୍ମରାଜ ସିଂ ମଧ୍ୟ ବିଳାସପୂର୍ଣ୍ଣ କାର ପ୍ରତି ବେଶ୍ ରୁଚି ରହିଛି । ଧୀରେ ଧୀରେ ଏମାନଙ୍କର ବି କାରର ସଂଖ୍ୟା ବଢିବାକୁ ଲାଗିଛି ।
ଉଦୟପୁରର ପୂର୍ବତନ ରାଜା ବ୍ୟବହାର କରୁଥିବା କାରର ନମ୍ବର ୧୯, ଯାହା ଏବେ ବି ରାଜପ୍ରାସାଦ ଭିତରେ ଶୋଭାପାଉଛି । ଏହି କାର ୧୯୪୬ ମଡେଲର । ଏଥିରେ ଅନେକ ସୌଖୀନ ସାମଗ୍ରୀର ବ୍ୟବହାର କରାଯାଇଛି । ଏହି କାରର ଭିତର ସାଜ୍ଜସଜ୍ଜା କୌଣସି ବିଳାସପୂର୍ଣ୍ଣ କାରଠାରୁ କମ୍ ନୁହେଁ । ଏହି କାର ଯାଞ୍ଜ ନାମରେ ଜଣାଣୁଣା । ସେହିପରି ରାଜାଙ୍କ ପଞ୍ଜୀକୃତ ୧୪ ଓ ୧୫ ନମ୍ବର ଦୁଇଟି କାର ଏବେ ବି ରାଜପ୍ରାସାଦ ଭିତରେ ରଖାଯାଇଛି, ଯାହା ରାଜପ୍ରସାଦର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ଏହି କାର ୧୯୩୮ ମଡେଲର ।

ଏଠାକାର ରାଜା ଏହି ଦୁଇ କାର କ୍ୟାଡିଲାକ୍‌-କନଭର୍ଟିବଲ୍ ଏବଂ ସେଲୁନ୍ ଯୋଡି ରଖିଥିବାରୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବେଶ୍ ଚର୍ଚ୍ଚିତ । ଏପରି କାର ଏବେ କେଉଁଠି ଦେଖିବାକୁ ମିଳେ ନାହିଁ । ଏହି ସବୁ କାରକୁ ରାଜା ଅରବିନ୍ଦ ରାଜକୀୟ ସମାରୋହ ହେଉ ବା ଅଶ୍ୱପୂଜା, ଦଶହରା ଏବଂ ହୋଲିକା ଦାହାନ ଭଳି ମହୋତ୍ସବରେ ବ୍ୟବହାର କରିଥାନ୍ତି । ଏଠାକାର ରାଣୀ ଏବେ ବି ନିଜର ବ୍ୟକ୍ତିଗତ କାର ଭାବରେ କ୍ୟାଡିଲାକ୍ ସଲୁନ୍ ବ୍ୟବହାର କରିଥାନ୍ତି । ୧୯୬୦ ମସିହା ଜାନୁୟାରୀରେ ଇଂଲଣ୍ଡ ରାଣୀଙ୍କ ଉଦୟପୁର ଗସ୍ତ ସମୟରେ ଏହି ସବୁ କାର ବ୍ୟବହାର କରାଯାଇଥିଲା । ସେହିପରି ୧୯୬୩ ରେ ଜ୍ୟାକଲିନ କେନେଡି ଏବଂ ୧୯୬୮ ମସିହାରେ ଇରାନର ଶାହା ଉଦୟପୁର ଗସ୍ତ ସମୟରେ ଏହି କାର ମଧ୍ୟ ବ୍ୟବହାର କରାଯାଇଥିଲା ।ପଞ୍ଜୀକୃତ ୧୦୧ ନମ୍ବର ମୋରିସ୍ କମ୍ପାନୀର ଏହି କାରକୁ ୭୦ ଦଶକରେ ପୂର୍ବତନ ରାଜା ଅରବିନ୍ଦ ସିଂ ହାଇଦ୍ରାବାଦରୁ କିଣିଥିଲେ ।

ସେହିପରି ପଞ୍ଜୀକୃତ ୧ ନମ୍ବରର ରୋଲ୍ସ ରୋଏସ୍ କାର୍ ମଧ୍ୟ ରାଜ ପରିବାରର କାର୍ ସଂଗ୍ରହ ଭିତରୁ ଅନ୍ୟତମ । ସେ ସମୟରେ ବ୍ରିଟେନରେ ୩୬୦୦୦ ରୋଲ୍ସ ରୋଏସ୍ କାର ଉତ୍ପାଦନ କରାଯାଇଥିଲା । ସେଥିମଧ୍ୟରୁ ୧୦୦୦ କାର ଭାରତକୁ ରପ୍ତାନି ହୋଇଥିଲା । କାରଣ ଏହି କାରଟି ଭାରତୀୟ ରାଜପରିବାର ସଦସ୍ୟଙ୍କ ପ୍ରିୟ କାର ଥିଲା । ରାଜପ୍ରାସାଦ ଭିତରେ ସଂଗୃହିତ ହୋଇଥିବା ଏହିସବୁ କାର ଏବେ ବି ଭଲ ଅବସ୍ଥାରେ ଅଛି ।

Leave A Reply

Your email address will not be published.