Latest Odisha News

BREAKING NEWS

୨୧ ମାସ ବାସନ୍ଦ ହେଲେ ଜିମ୍ନାଷ୍ଟ ଦୀପା କର୍ମାକାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପିକା କର୍ମାକାର ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି । ଆନ୍ତର୍ଜାତୀୟ ଟେଷ୍ଟିଂ ଏଜେନ୍ସି ତାଙ୍କୁ ୨୧ ମାସ ପାଇଁ ସସପେଣ୍ଡ କରିଛି । ୧୦ ଜୁଲାଇ ୨୦୨୩ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ । ୱାଡା ଦ୍ୱାରା ପ୍ରତିବନ୍ଧିତ ଡ୍ରଗ୍ସ ହାଇଜେନାମାଇନ ତାଙ୍କ ଡୋପ ଟେଷ୍ଟରେ ମିଳିଥିଲା । ଆନ୍ତର୍ଜାତୀୟ ଜିମ୍ନାଷ୍ଟିକ ଫେଡେରେଶନ ଏହି ନମୂନା ତାଙ୍କଠାରୁ ୧୧ ଅକ୍ଟୋବର ୨୦୨୧ରେ ସଂଗ୍ରହ କରିଥିଲା । ପ୍ରଥମ ଭାରତୀୟ ଭାବେ କର୍ମାକାର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିବା ଗୌରବ ଅର୍ଜନ କରିଥିଲେ । ସେ ଚମତ୍କାର ପ୍ରଦର୍ଶନ କରି ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଂଚିତ ହୋଇଥିଲେ ।

୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଭାରତ ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ୨୦୧୫ ବିଶ୍ୱ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ସେ ୫ମ ସ୍ଥାନ ହାସଲ କରିଥିଲେ । କର୍ମାକାର ଡୋପ ଟେଷ୍ଟରେ ଧରା ପଡିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

Leave A Reply

Your email address will not be published.