ଭାରତୀୟ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି । କାରଣ ହେଲା ସେମାନଙ୍କ ଭିତରୁ ଜଣେ ମାଆ ହେବାକୁ ଯାଉଛନ୍ତି । ନିଜ ଗର୍ଭରେ ସେମାନେ ପାଳିବେ ନିଜ ସନ୍ତାନକୁ । ଖବର ଅନୁସାରେ, ମାର୍ଚ୍ଚ ମାସରେ ସେମାନଙ୍କର ସନ୍ତାନ ପ୍ରସବ ହେବ । ଭାରତରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ମଧ୍ୟରେ ଜଣେ ଗର୍ଭବତୀ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।
କେରଳର କୋଝିିକୋଡ ନିବାସୀ ସାହାଦ ଏବଂ ଜିଆ ହେଉଛନ୍ତି ଟ୍ରାନ୍ସଜେଣ୍ଡର ଦମ୍ପତ୍ତି । ସାହଦଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ଜିଆଙ୍କୁ ୨୧ ବର୍ଷ । ସାହଦ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ବେଳେ ଜିଆ ଜଣେ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷକ । ଜିଆ କୁହନ୍ତି, ଯେତେବେଳେ ଆମେ ତିନି ବର୍ଷ ପୂର୍ବେ ଏକାଠି ରହିବା ଆରମ୍ଭ କରିଥିଲୁ, ସେତେବେଳେ ଆମେ ଭାବିଥିଲୁ ଆମ ଜୀବନ ଅନ୍ୟ ଟ୍ରାନ୍ସଜେଣ୍ଡରଙ୍କଠାରୁ ଭିନ୍ନ ହେବା ଉଚିତ୍ । ସାଧାରଣତଃ ଅଧିକାଂଶ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି ସମାଜ ତଥା ସେମାନଙ୍କ ପରିବାର ଦ୍ୱାରା ଉପେକ୍ଷିତ ହୋଇଥାନ୍ତି । ପରିବାର ଓ ସମାଜ ନିତୀ ନିୟମକୁ ଡ଼ରି କିଛି ବି ପଦକ୍ଷେପ ନେବାକୁ ପଛାଇଥାନ୍ତି । କିନ୍ତୁ ବହୁ ଆଲୋଚନା ପରେ ଆମେ ସନ୍ତାନ ପ୍ରାପ୍ତି ପାଇଁ ନିଷ୍ପତ୍ତି ନେଲୁ ।
ସନ୍ତାନ ପ୍ରାପ୍ତି ପାଇଁ ନିଷ୍ପତ୍ତି ନେବା ପରେ ଉଭୟେ ପରିବର୍ତ୍ତନ ପ୍ରକ୍ରିୟାର ଏକ ଅଂଶ ଭାବରେ ହରମୋନ୍ ଥେରାପି ଆରମ୍ଭ କରିଥିଲେ । କିନ୍ତୁ ମାଆ ହେବାକୁ ଯାଉଥିବା ଓ ନିଜ ଗର୍ଭାଶୟରେ ସନ୍ତାନ ଧାରଣ କରିବାକୁ ଯାଉଥିବା ସାହାଦଙ୍କୁ ନିଜ ସ୍ତନକୁ ପରିବର୍ତ୍ତନ କରିବାକୁ ପଡ଼ିଲା । ଏହା ଥେରାପି ପ୍ରକ୍ରିୟାର ଏକ ଅଂଶ ହୋଇଥିବାରୁ ଏହାକୁ ହଟାଇବାକୁ ପଡ଼ିଲା । ଆସନ୍ତା ମାର୍ଚ୍ଚରେ ସାହାଦ ସନ୍ତାନ ପ୍ରସବ କରିବାକୁ ଯାଉଥିବା ବେଳେ ଏବେ ଶିଶୁଟି ସନ୍ତ୍ୟପାନ କରିବ କେମିତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ କୋଝିକୋଡସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ସେ ଏବେ ଚିକିତ୍ସା ଜାରି ରଖିଛନ୍ତି । ଏଠାରେ ହିଁ ସେମାନଙ୍କ ମାନସ ସନ୍ତାନ ଜନ୍ମ ହେବ । ସାହାଦ ଉଭୟ ସ୍ତନକୁ ହଟାଇ ଦେଇଥିବାରୁୁ ମେଡିକାଲ କଲେଜରେ ସ୍ତନ୍ୟପାନ ବ୍ୟାଙ୍କରୁ ଶିଶୁକୁ ଖାଇବାକୁ ଦିଆଯିବ ବୋଲି ଚିକିତ୍ସା କରିଥିବା ଡ଼ାକ୍ତର କହିଛନ୍ତି ।
ରୋଚକ କଥା ହେଲା ସନ୍ତାନ ପ୍ରସବ ପରେ ପୁଣି ପୁରୁଷ ହେବେ ସାହାଦ । ଏଥିପାଇଁ ସେମାନେ ମାନସିକ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜିଆ କହିଛନ୍ତି, “ଟ୍ରାନ୍ସ ପୁରୁଷ ଏବଂ ଟ୍ରାନ୍ସ ମହିଳା ହେବା ପାଇଁ ଆମର ଯାତ୍ରା ଜାରି ରହିବ । ମୁଁ ମୋର ହରମୋନ୍ ଚିକିତ୍ସା ଜାରି ରଖିଛି । ପ୍ରସବ କରିବାର ଛଅ ମାସ କିମ୍ବା ଏକ ବର୍ଷ ପରେ ସାହାଦ ମଧ୍ୟ ଟ୍ରାନ୍ସ ମ୍ୟାନ୍ ହେବା ପାଇଁ ଚିକିତ୍ସା ଆରମ୍ଭ କରିବେ ।
BREAKING NEWS
- ଖରାଦିନେ ଖାଆନ୍ତୁ ତାଳସଜ, ମିଳିବ ଅନେକ ଫାଇଦା
- ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି ବିଜେଇଏମ୍-୨
- ବିଜେଡି ନେତ୍ରୀ ଅପୂର୍ବା ଅପରୁପାଙ୍କ କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ
- ବ୍ରହ୍ମପୁରରେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ
- ଚାଲିଗଲେ ବିହାରର ‘ମୋଦୀ’, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା
- ରାହୁଲଙ୍କ ଘଟଣାରେ ସଞ୍ଜୀବ ଗୋୟନକାଙ୍କୁ ଟାର୍ଗେଟ କଲେ ସେହ୍ୱାଗ
- ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ସନ୍ଧ୍ୟା ୫ଟା ସୁଦ୍ଧା ୬୨.୩୧ ପ୍ରତିଶତ ମତଦାନ
- ଭୁଲରେ ଗହମ ବଦଳରେ ଅଳଙ୍କାର ପୁର୍ଣ୍ଣ ପୁଟୁଳୀ କରିଦେଲେ ଭଗବାନଙ୍କୁ ଅର୍ପଣ
- ବୁର୍ଖା ଟେକି ମହିଳାଙ୍କ ପରିଚୟ ଯାଞ୍ଚ କରି ଅଡୁଆରେ ବିଜେପି ପ୍ରାର୍ଥୀ, ଥାନାରେ ମାମଲା ରୁଜୁ
- ଆଇପିଏଲରୁ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରୁଛନ୍ତି ଇଂଲଣ୍ଡ ଖେଳାଳି