Latest Odisha News

BREAKING NEWS

ଗାଭାସ୍କର-ବର୍ଡର ସିରିଜ : ଅଭ୍ୟାସ ପାଇଁ ସାମିଲ ହେଲେ ୪ ନେଟ ବୋଲର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ନେଟ୍ସରେ ବ୍ୟାଟିଂ ଅଭ୍ୟାସକୁ ଆହୁରି ଶାଣୀତ କରିବା ପାଇଁ ଅତିରିକ୍ତ ୪ଜଣ ନେଟ ବୋଲରଙ୍କୁ ସାମିଲ କରାଯାଇଛି । ଏହି ବୋଲରମାନେ ହେଲେ ୱାଶିଂଟନ ସୁନ୍ଦର, ସୌରଭ କୁମାର, ସାଇ କିଶୋର ଓ ରାହୁଲ ଚହର । ଏମାନେ ସମ୍ପୂର୍ଣ୍ଣ ସିରିଜରେ ଦଳ ସହିତ ଯୋଡି ହୋଇ ରହିବେ । ଅଷ୍ଟ୍ରେଲିଆ ଟିମ ଭାରତର ସ୍ପିନ ବୋଲିଂ ମୁକାବିଲା ପାଇଁ ସ୍ପିନରଙ୍କୁ ନେଇ ଅଭ୍ୟାସ ଜାରୀ ରଖିଛି । ଭାରତ ବିଶ୍ୱ ଟେଷ୍ଟସିରିଚ ଚାମ୍ପିୟନଶିପର ଫାଇନାଲ ପ୍ରବେଶ ପାଇଁ ଆପ୍ରାଣ ଉଦ୍ୟମ ଜାରୀ ରଖିଛି ।

ସାଇ କିଶୋର ଓ ରାହୁଲ ଆଇପିଏଲରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ନେଟ ବୋଲର ଭାବେ ସାମିଲ କରିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଫେବୃୟାରୀ ୯ରୁ ନାଗପୁରରୁ ଏହି ଟେଷ୍ଟ ସିରିଜ ଆରମ୍ଭ ହେବ ।

Leave A Reply

Your email address will not be published.