ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲା। କିଛି ବର୍ଷ ମଧ୍ୟରେ ଗୋପାଳ ଓ ତାଙ୍କ ପରିବାର ଲୋକେ କାହାଠାରୁ ଟଙ୍କା ଆଣିଛନ୍ତି କି ନାହିଁ, କାହାକୁ ଟଙ୍କା ପଠାଇଛନ୍ତି କି ନାହିଁ, କିଛି ବଡ ଧାରଣର ଆର୍ଥିକ କାରବାର ହୋଇଛି କି ନାହିଁ ସେ ଦିଗରେ ଯାଞ୍ଚ କରାଯାଇଥିଲା। ନବ ଦାସ ହତ୍ୟା ମାମଲାର ଗୁମର ଖୋଲିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ଟିମ ଗତ ୫ଦିନ ହେଲା ବ୍ରହ୍ମପୁରରେ ଡେରା ପକାଇଛି। ଏହି ଟିମ ପୂର୍ବରୁ ଅନେକ ଲୋକଙ୍କୁ ପଚରାଉଚରା କରିସାରିଛି। ଶନିବାର ସକାଳେ କ୍ରାଇମବ୍ରାଞ୍ଚ ଟିମ ପୁଣିଥରେ ଆଙ୍କୁଲି ଶିଳ୍ପାଞ୍ଚଳ ସ୍ଥିତ ଗୋପାଳଙ୍କ ନୂଆ ଘରକୁ ଯାଇଥିଲା। ସେଠାରେ ଗୋପାଳଙ୍କ ପତ୍ନୀ ଜୟନ୍ତୀଙ୍କ ସହ ପୁତୁରା ସୁମନ ଦାସ ଉପସ୍ଥିତ ଥିଲେ। ତଦନ୍ତକାରୀ ଟିମ ଗୋପାଳଙ୍କ ଘର ଭିତରେ ବୁଲି ବୁଲି ବିଭିନ୍ନପ୍ରକାରର କାଗଜପତ୍ର ଯାଞ୍ଚ କରିଥିଲେ। ଗୋପାଳଙ୍କ ଚିକିତ୍ସା ସମ୍ବନ୍ଧୀୟ ଅଧିକ କିଛି କାଗଜପତ୍ର ଦେଖିଥିଲେ। ସେଠାରୁ ଗୋପାଳ ଓ ତାଙ୍କ ପତ୍ନୀ, ପୁଅ, ଝିଅଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଘର ଭିତରେ ତନାଘନା ଜାରି ରହିଥିଲା।
ଏହାପରେ କ୍ରାଇମାବ୍ରାଞ୍ଚ ଅଧିକାରୀମାନେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡକୁ ଯାଇଥିଲେ। ବ୍ରହ୍ମପୁର-ଝାରସୁଗୁଡ଼ା ଯାତାୟାତ କରୁଥିବା କିଛି ଘରୋଇ ବସର ଚାଳକ ଓ କଣ୍ଡକ୍ଟରଙ୍କୁ ଡାକି ଗୋପାଳଙ୍କ ଯିବାଆସିବା ଓ ପାର୍ସଲ ପଠାଇବା ସମ୍ପର୍କରେ ପଚରାଉଚରା କରିଥିଲେ। ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ବ୍ରହ୍ମପୁର-ଝାରସୁଗୁଡା ଯାତାୟାତ କରୁଥିବା ଓଏସଆରଟିସି ବସ ଚାଳକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉରା କରିଥିବା ବେଳେ ଶନିବାର ଘରୋଇ ବସ ଚାଳକଙ୍କୁ ପଚରାଉଚରା କରିଥିଲେ। କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ଝାରସୁଗୁଡ଼ାରେ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଅନ୍ୟ ଏକ ଟିମ ବ୍ରହ୍ମପୁରରେ ତନାଘନା ଜାରି ରଖିଛି। ହେଲେ ଗୋପାଳ ନବଦାସଙ୍କୁ କାହିଁକି ଗୁଳି କଲେ ତାହା ବର୍ତ୍ତମାନ ସୁଧା ସାମ୍ନାକୁ ଆସି ପାରିନାହିଁ।
BREAKING NEWS
- ଜିରା ପାଉଡର ନା କୀଟନାଶକ; ଏଭରେଷ୍ଟର ଏହି ଉତ୍ପାଦ ଉପରେ ରୋକ୍ ଲଗାଇଲା FSSAI
- ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ
- CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ
- ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି
- ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE

Comments are closed.