ଟିଭି, ସୋସିଆଲ ମିଡିଆ କିମ୍ବା ସାମ୍ନାରେ ଆପଣ ଅନେକ ଥର ଫ୍ୟାଶନ ସୋ’ର ଦୃଶ୍ୟ ଦେଖିଥିବେ । ଯେଉଁଥିରେ ମଡ଼େଲମାନେ ପ୍ରାୟତଃ ଡିଜାଇନରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ରାମ୍ପ୍ରେ ଚାଲିଥାନ୍ତି । ଆହୁରି ବି ଦେଖିଥିବେ ଯେ, ମଡେଲମାନେ ହାଇ ହିଲ୍ ପିନ୍ଧିବା କାରଣରୁ ରାମ୍ପରେ ପଡ଼ିଯିବାର ଦୃଶ୍ୟ । କିନ୍ତୁ ଏମିତି ଜଣେ ମଡ଼େଲ ରାମ୍ପରେ ଚାଲିବା ବେଳେ ପାଖରେ ବସି ଡ଼ାଇନିଂ ଟେବୁଲରେ ଖାଉଥିବା ଜଣେ ବ୍ୟକ୍ତିଙ୍କ ଟେବୁଲ କଭରକୁ ଟାଣି ନେବାର ଦୃଶ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିିଛି ।
କୋପେନହେଗେନ୍ରେ ଆୟୋଜିତ ଫ୍ୟାଶନ ସୋ’ରେ କିଛି ଅଜବ ଘଟଣା ଦେଖିବାକୁ ମିଳିଥିଲା । ଏହି ଆୟୋଜିତ ଫ୍ୟାଶନ ସୋ’ର ବିଷୟବସ୍ତୁ ଥିଲା “ବିପର୍ଯ୍ୟୟ ପାଇଁ ପୋଷାକ” । ଏହି ଶୋ ପ୍ରକୃତରେ ବିପର୍ଯ୍ୟୟଠାରୁ କିଛି କମ୍ ନ ଥିଲା । ଡିଜାଇନଙ୍କ ଏପରି ଥିମ୍କୁ ଲୋକେ ପ୍ରଶଂସା ମଧ୍ୟ କରିଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବାସ୍ତବରେ ମଡେଲଙ୍କ ପୋଷାକକୁୁ ଟେବୁଲ୍ କଭର ସହିତ ଯୋଡ଼ି ଦିଆଯାଇଥିଲା । ଏହା ଥିଲା ମୂଳତଃ ଡ଼ିଜାଇନ ହୋଇଥିବା ଡ଼୍ରେସର ଏକ ପ୍ରମୁଖ ଅଂଶ । ସାଧାରଣ ଭାବେ ଦେଖିଲେ ଏହା ଟେବୁଲ କଭର ଭଳି ଲାଗୁ ଥାଇ ପାରେ । କିନ୍ତୁ ମଡ଼େଲ ଜଣକ ଚାଲିବା ଆରମ୍ଭ କରିବା ମାତ୍ରେ ଟେବୁଲ ଉପରେ ରଖାଯାଇଥିବା ସମସ୍ତ ଜିନିଷ ଓ ଖାଦ୍ୟ ଖସି ପଡ଼ିଥିଲା । ମଡେଲ୍ ତାହାକୁ ଗୁରୁତ୍ୱ ନ ଦେଇ ଆଗକୁ ଚାଲିଥିଲେ ।
ମଡ଼େଲ ସାରା ଡାଲ୍ ତାଙ୍କ ସହକର୍ମୀଙ୍କ ସହ ଅତିଥିମାନଙ୍କ ଗ୍ରହଣରେ ବସିଥିଲେ । ଶୋ’ ଶେଷ ହେବାର ସମୟ ଆସିବାରୁ ହଠାତ ସେ ଏକ ଛୁରୀରେ ମଦ ଗ୍ଲାସକୁ ଠକ୍ ଠକ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ସେ ଅତି ବୋଲ୍ଡ ଷ୍ଟାଇଲରେ ଠିଆ ହେବା ମାତ୍ରେ ଲୋକମାନେ ତାଳି ମାରିବା ଆରମ୍ଭ କଲେ । କିନ୍ତୁ ପ୍ରକୃତ ମଜା ସେତେବେଳେ ଥିଲା ଯେତେବେଳେ ମଡ଼େଲ ଚାଲିବା ଆରମ୍ଭ କଲେ ଓ ତାଙ୍କ ଡ଼୍ରେସ ସହ ଟେବୁଲ କଭର ମଧ୍ୟ ଟାଣି ହେଲା । ଶୋ’ ଶେଷ କରିବାର ଏପରି ଏକ ଅସାଧାରଣ ଉପାୟ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ବହୁତ ପସନ୍ଦ ଆସିଥିବା ବେଳେ ଆଉ କିଛି ଖାଦ୍ୟ ନଷ୍ଟ ହେବାକୁ ନାପସନ୍ଦ କରିଥିଲେ ।
BREAKING NEWS
- ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ
- ‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’
- ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଘଟଣାରେ ୮ ଗିରଫ
- ଅବସର କେବେ ନେବେ ସୂଚନା ଦେଲେ କୋହଲି
- ‘ସାଧାରଣ ଲୋକଙ୍କ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦେଇ ବାଃ ବାଃ ନେଉଛି ବିଜେପି’
- ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଆରାମ ଦରକାର: ଜେପି ନଡ୍ଡା
- ଅବସର ଘୋଷଣା କଲେ ଭାରତର ମହାନ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ
- ଅନୁଭବ ମହାନ୍ତିଙ୍କୁ ମିଳିଲା ଆଶ୍ବସ୍ତି
- ପଥର ଖାଦାନରେ ଅଘଟଣ,ଜଣେ ଶ୍ରମିକ ମୃତ
- ବିଜେଡି ଜିତିଲେ ମୁଖ୍ୟମନ୍ତ୍ରୀ ହେବେନି ନବୀନ…