Latest Odisha News

BREAKING NEWS

ପାଇପ ଲାଇନ୍ ବିସ୍ଫୋରଣରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ, ତିନି ଗୁରୁତର

ନୟାଗଡ: ଶନିବାର ମଧ୍ୟାହ୍ନରେ ପାଇପ୍ ଲାଇନ୍ ବିଛାଇବା ବେଳେ ଦୁର୍ଘଟଣା ଘଟିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ସୁନାଲାଟି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।ମୃତକମାନେ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି। ଏମାନଙ୍କ ଘର ମହାରାଷ୍ଟ୍ରର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରମିକମାନେ ଗେଲ୍ ଇଣ୍ଡିଆ ପାଇପ୍ ଲାଇନ୍ ବିଛାଇବା କାମରେ ନିୟୋଜିତ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ପାଇପ୍ ଲାଇନ୍ ସଫା କରିବା ବେଳେ ହଠାତ୍ ଏକ କମ୍ପ୍ରେସର ବିସ୍ଫୋରଣ ହେବାରୁ 5 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ପାଇପ୍ ଲାଇନ୍ ସଫା କରୁଥିବା ବେଳେ ହଠାତ୍ ଏକ କମ୍ପ୍ରେସର ଚାଲି ଯାଇଥିଲା। ଚାପ ଏତେ ଅଧିକ ଥିଲା ଯେ ଜୋରରେ ବିସ୍ଫୋରଣ ହୋଇଥିଲା। ଏହାପରେ ଦୁଇ ଜଣ ଶ୍ରମିକ ବିସ୍ଫୋରଣର ଶିକାର ହୋଇଥିଲେ। ସମସ୍ତ ଆହତ ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି।

ଆହତଙ୍କ ସୂଚନା ଅନୁଯାୟୀ, ଚାରି ଜଣ ଶ୍ରମିକଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଦିଲ୍ଲୀପ ଭୋଇ କହିଛନ୍ତି।

ସେପଟେ ଇଟାମାଟି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏ ନେଇ ଗେଲ୍ ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

Leave A Reply

Your email address will not be published.