Latest Odisha News

BREAKING NEWS

ଭଗ୍ନସ୍ତୁପ ତଳେ ତୁର୍କୀ ଓ ସିରିଆ; ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ

ନୂଆଦିଲ୍ଲୀ:ତାସ ଘର ପରି ଭୁଶୁଡି ପଡୁଛି ଘର । ଗୋଟିଏ ପରେ ଗୋଟିଏ ଗଗନଶ୍ଚୁମ୍ଭୀ କୋଠା ମାଟିରେ ମିଶି ଯାଉଛି । ତା ସହ ମାଟିରେ ମିଶି ଯାଉଛି ଏହି ବହୁତଳ ପ୍ରାସଦ ଭିତରେ ଥିବା ଗୋଟିଏ ଦେଶର ଐଶ୍ୱର୍ଯ୍ୟ, ବିକାଶ.. । ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ । ଏ ହୃଦୟଥରା ଘଟଣା ତୁର୍କୀ ଏବଂ ସିରିଆର  ।

୨୪ ଘଣ୍ଟା ମଧ୍ୟରେ ତିନି ତିନି ଥର ବଡ ଭୂକମ୍ପ ଝଟକା ପରେ ଧ୍ୱସ୍ତ ହୋଇ ଯାଇଛି ତୁର୍କୀ । ଯୁଆଡେ ଚାହିଁବ ଖାଲି ଭଗ୍ନସ୍ତୁପ । ସେ ଭଗ୍ନସ୍ତୁପ ତଳେ ହଜି ଯାଇଛି କେତେ ଜୀବନ  । ନିଶ୍ଚିହ୍ନ ହୋଇଯାଇଛି କେତେ ପରିବାର । କେଉଁଠୁ ସେ ଭଗ୍ନସ୍ତୁପ ତଳୁ  ମୁମୂର୍ଷୂ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରାଯାଉଛି ତ କେଉଁଠୁ ଉଦ୍ଧାର କରାଯାଉଛି ମୃତ ଦେହ । ଏ ଦୃଶ୍ୟ ଖାଲି ତୁର୍କୀ ବା ସିରିଆବାସୀଙ୍କୁ ନୁହଁ ସାରା ବିଶ୍ୱବାସୀଙ୍କ ହୃଦୟକୁ ଭିଜାଇ ଦେଇଛି ।

ସୋମବାର ତୁର୍କୀ ଓ ସିରିୟାରେ  ୨୪ ଘଣ୍ଟା ମଧ୍ୟରେ ୪ ଥର ବଡ ଧରଣର ଭୂକମ୍ପ ହୋଇ ସାରିଲାଣି ।  ପ୍ରଥମେ ଭୋର ୪ଟାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାପରେ ୭.୫ ଓ ପରେ ୬ ତୀବ୍ରତାର ଭୂମିକମ୍ପରେ ଦୋହଲି ଯାଇଥିଲା ତୁର୍କୀ।   ତୁର୍କୀ ଓ ସିରିୟାରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲାେକଙ୍କ ମୃତ୍ୟୁ ଘଟି ସାରିଲାଣି ।  ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି।   ସେପଟେ ତୁହା କୁ ତୁହା ଆସୁଥିବା ଭୂକମ୍ପ ଝଟକା ଯୋଗୁ ମୃତ୍ୟୁ ସଂଖ୍ୟା ୮ ଗୁଣା ବଢ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ଭୂକମ୍ପ ଯୋଗୁ ତୁର୍କୀର ୩୭୦୦ରୁ ଅଧିକ ବଡ ବଡ କୋଠା ମାଟିରେ ମିଶି ଯାଇଛି । ଏହି କୋଠା ମଧ୍ୟରେ ଅନେକ ଡାକ୍ତରଖାନା ବି ରହିଥିବା ସୂଚନା ମିଳିଛି । ଏହି ଧ୍ଠଂସ ସ୍ତପ ଭିତରେ ଅନେକ ଲୋକ ଶହଶହ ଲୋକ ଫସି ରହିଥିବା ଶୁଣିବାକୁ  ମିଳୁଛି । ଅନ୍ୟପକ୍ଷେ କହରମନମାନସ ସହରରେ ଉଦ୍ଧାରକାରୀ ଟିମ ଦୁଇ ଜଣ ଶିଶୁଙ୍କୁ ଧ୍ୱଂସସ୍ତୁପ ତଳୁ ଜୀବନ୍ତ ଉଦ୍ଧାର କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ୟୁଜର୍ସଙ୍କ ଆଖିରେ ଲୁହ ଭରି ଦେଇଛି ।

ଲୋକେ ପ୍ରଭାବିତ ଅଞ୍ଚଳ ଛାଡି ଚାଲି ଆସିବାକୁ ଚାହୁଁଛନ୍ତି । ଫଳରେ ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ ହେଉଛି । ଫଳରେ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅନ୍ୟପକ୍ଷେ ଲୋକଙ୍କୁ ରାସ୍ତା ଉପରକୁ ନ ଆସିବା ପାଇ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ଭାରତ ସମେତ ବହୁ ଦେଶ ତୁର୍କୀ ଏବଂ ସିରିଆକୁ ସହାୟତାର ହାତ ବଢାଇଛନ୍ତି ।

Leave A Reply

Your email address will not be published.