Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ଶ୍ରୀ କ୍ଷେତ୍ରେଶ୍ୱରୀ ଭାବରେ ପରିଚିତ ମା ବିମଳାଙ୍କ ତ୍ରିରୂପ ଯଥା ମହାକାଳୀ ମହା ସରସ୍ବତୀ ଓ ମହାଲକ୍ଷ୍ମୀ ଙ୍କୁ ଆମେ ଆଜି ଖୋଜିବା ଶ୍ରୀମନ୍ଦିରରେ ବିରାଜିତ ମା ବିମଳାଙ୍କ ବିଗ୍ରହରେ ପ୍ରଥମେ ଜାଣିବା ମହାଲକ୍ଷ୍ମୀ ଙ୍କ ସ୍ୱରୂପ ମହାଲକ୍ଷ୍ମୀ ପଦ୍ମାସନା । କିନ୍ତୁ ମା ବିମଳା ପଦ୍ମ ଉପରେ ଦଣ୍ଡାୟମାନ ଅବସ୍ଥାରେ ପୂଜିତ, ଚତୃଭୁଜା ଓ ଗୋଟିଏ ହସ୍ତରେ ଅମୃତ କଳସ ଧାରଣ କରି ଜଗତ ପାଳନ କାରିଣୀ ମା ଲଷ୍ମୀ ଭାବରେ ପୂଜିତା । ସେହିପରି ଅନ୍ୟ ଏକ ହସ୍ତରେ ଧାରଣ କରିଛନ୍ତି ଅକ୍ଷମାଳା, ଯାହା ମହା ସରସ୍ବତୀଙ୍କ ଆଭୂଷଣ, ତେଣୁ ସେ ମଧ୍ୟ ମହା ସରସ୍ବତୀ ସ୍ୱରୂପା। ଆଉ ଅନ୍ୟ ଭାବରେ ଦେଖିଲେ ମା ବିମଳା ରଙ୍ଗରେ ମେଘଶ୍ୟାମା ଏହାଙ୍କ ଅନ୍ୟ ଦୁଇ ହସ୍ତରେ ନାଗରାଜ ଅନନ୍ତ ଓ ବାଳକ ରୂପୀ ଶିବ ବିଦ୍ୟମାନ, ତେଣୁ ସେ ମହା କାଳୀ, ତନ୍ତ୍ରସାର ଗ୍ରନ୍ଥ କହେ “ବାମେ ଶିବ ସ୍ୱରୂପଂ ତତକଳ୍ପତ ବତ୍ସରୂପକଂ। ପୁଣି କହେ ଅନନ୍ତ ନାଗରାଜେନ କୃତ ଦକ୍ଷିଣା କଙ୍କଣାଂ “ସେହିପରି ଦେବୀ ଭାଗବତ ବର୍ଣ୍ଣନା କରେ “ପ୍ରଭାବତୀ, ଦୟା, ଶାନ୍ତl, ଦୁର୍ଗା ସରସ୍ବତୀ ବ୍ୟାପିନୀ ବିମଳା ତଥା । “ସେହି ଦେବୀ ଭାଗବତ ୨ୟ ଖଣ୍ଡ ଗାୟତ୍ରୀ ସହସ୍ର ନାମରେ ଲେଖିଲେ “ବରଦା, ବନ୍ଦିତା, ବିଦ୍ୟା, ବୈଷ୍ଣବୀ ବିମଳା କୃତି ବରାହୀ ବିରଜା, ବର୍ଷା, ବରଲଷ୍ମୀ ବିଳାସିନୀ “ସତରେ ମା ବିମଳା ଦେବୀ ହିସାବରେ ବହୁ ଭାବ ପ୍ରକାଶ କରିଥାନ୍ତି। ଏହି ଆଦ୍ୟା ଶକ୍ତିଙ୍କୁ ମୁନିଗଣ, କମଳା, ସରସ୍ବତୀ ତ୍ରିପୁଟି, ଅନ୍ନପୂର୍ଣ୍ଣା, ନିତ୍ୟା, ଦୁର୍ଗା ଓ ସର୍ବୋପରି ମା ଭୁବନେଶ୍ୱରୀ ରୂପରେ ଆରାଧନା କରନ୍ତି. ଆସନ୍ତୁ ଆମେ ମଧ୍ୟ କରିବା ମା ଙ୍କୁ ଆରାଧନା ଓ ମାଗିବା ଆଶୀଷ । “ଚତୃଭୁଜା ମହାଘୋର କଙ୍କାଳୀ ଖଡ଼ଗ ଧାରିଣୀ, ଘୋର ନୃତ୍ୟ ପରା ଦେବୀ ମୁଣ୍ଡମାଳା ବିଭୂଷିତା ପାନପତ୍ର ତଥା ମୁଣ୍ଡ ଧାରିଣୀ ଚଣ୍ଡ ରୂପିଣୀ, ସର୍ବ ସିଦ୍ଧି ପ୍ରଦା ଦେବୀ ଚାମୁଣ୍ଡା ପାତ ସେ ସଦା “(ଶ୍ୟାମାଜ୍ରନ ତରଙ୍ଗୀଣୀ ) ।

ଜୟ ମା ବିମଳା, ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.