Latest Odisha News

BREAKING NEWS

ଜଣ୍ଡିସ୍ ବ୍ୟାପିବା ନେଇ କଟକରେ ଆତଙ୍କ

କଟକ: ବ୍ୟସ୍ତବହୁଳ କଟକ ସହରରେ ଜଣ୍ଡିସ୍ ବ୍ୟାପିବା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ସହର ବାସିନ୍ଦା ।

ମିଳିଥିବା ସୂଚନାନୁଯାୟୀ, କଟକ ସହର ଅନ୍ତର୍ଗତ ୨୫ ନଂ ୱାର୍ଡ଼ର କେଶରପୁର, କଂସେଇଗଳି ଓ ଆଖଡ଼ାଗଳି ଅଞ୍ଚଳରେ ପ୍ରାୟ ୧୨ ଜଣ ବ୍ୟକ୍ତି ଜଳ ଜନିତ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇପଡ଼ିଛନ୍ତି ।

ସେଥିମଧ୍ୟରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି । ଆକ୍ରାନ୍ତ ହୋଇପଡ଼ିଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି ।

ଏସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି କହିଛନ୍ତି ଯେ, ସେଠାରେ ଜଳ ପ୍ରଦୂଷିତ ହୋଇପଡ଼ିଥିବା ଯୋଗୁଁ ଏହି ପ୍ରକାର ରୋଗ ଏଠାରେ ବ୍ୟାପିବାରେ ଲାଗିଛି ।

କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର୍ ଅନନ୍ୟା ଦାସ କହିଛନ୍ତି, ଜନସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକର୍ତ୍ତାମାନେ ସହରର ଯେଉଁ ପାଣି ପାଇପଗୁଡ଼ିକ ମରାମତି ହୋଇଛି ସେଠାରେ ଆବଶ୍ୟକୀୟ ବ୍ଲିଚିଂ ପାଉଡ଼ର୍ ପକାଇଛନ୍ତି ।

ଏହାବ୍ୟତୀତ, ହାଲୋଜେନ୍ ଟାବଲେଟ୍ ସେହିସବୁ ସ୍ଥାନଗୁଡ଼ିକରେ ପ୍ରତ୍ୟେକ ଘରେ ବଣ୍ଟନ ହୋଇଥିବାର ସେ ସୂଚନାଦେଇ କହିଛନ୍ତି ।

Leave A Reply

Your email address will not be published.