Latest Odisha News

BREAKING NEWS

ପିଡ଼ିଏସ କୋଟାରେ ହ୍ରାସ: ଅଗଷ୍ଟରୁ ହିତାଧିକାରୀ ପାଇବେ ୨ଲିଟର୍ କିରୋସିନି

ଭୁବନେଶ୍ୱର: ରାଜ୍ୟରେ ନ୍ୟାସନାଲ ଫୁଡ଼ ସିକ୍ୟୁରିଟି ଆକ୍ଟ ବା ଜାତୀୟ ଖାଦ୍ୟ ନିରାପତ୍ତା ଆକ୍ଟରେ ଅନ୍ତର୍ଭୃକ୍ତ ହୋଇଥିବା ସମସ୍ତ ହିତାଧିକାରୀମାନେ ଏବେ ୨.୫ ଲିଟର୍ ବଦଳରେ ମାତ୍ର ୨ ଲିଟର୍ କରୋସିନି ପାଇବେ ।

କେନ୍ଦ୍ର ପକ୍ଷରୁ ପିଡ଼ିଏସ ଯୋଜନାନୁଯାୟୀ, ଯେଉଁ ବିପିଏଲ ଚିହ୍ନଟ ପରିବାରଗୁଡ଼ିକ ପୂର୍ବରୁ ଯେଉଁ ସୁବିଧା ପାଉଥିଲେ ତାହାକୁ ରାଜ୍ୟ ସରକାର ବାଧ୍ୟ ହୋଇ କିରୋସିନି କୋଟାରେ ହ୍ରାସ କରିଛନ୍ତି ।

ରାଜ୍ୟ ବିଧାନସଭାରେ ବୁଧବାର ଦିନ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ବିରୋଧରେ ଅଭିଯୋଗ ଆଣି କହିଛନ୍ତି ପୂର୍ବରୁ କେନ୍ଦ୍ର ଯେତିକି କିରୋସିନି ଯୋଗାଉଦେଉଥିଲା ତାହା ଏବେ ଅଧାକୁ ହ୍ରାସ ପାଇଛି । ଗୃହରେ ଏସମ୍ପର୍କରେ ଏକ ରିପୋର୍ଟ ଉପସ୍ଥାପନ କରି ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଜୁଲାଇ ୨୦୧୯ ସୁଦ୍ଧା ମାସିକ ୨୦ ହଜାର ୭୦୦ ଲିଟର୍ କିରୋସିନି କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଉଥିଲା । ତେବେ ତାହା ହ୍ରାସ ପାଇ ୧୬ ହଜାର ୩୮୪ ଲିଟରକୁ ଖସି ଆସିଛି ।

ତେଣୁ ହିତାଧିକାରୀମାନେ ପୂର୍ବରୁ ଯେଉଁ ୨.୫ ଲିଟର୍ ତେଲ ପାଉଥିଲେ ଏବେ ଅଗଷ୍ଟ ମାସରୁ ୨ଲିଟର୍ ଲେଖାଏଁ ପାଇପାରିବେ ।

Leave A Reply

Your email address will not be published.