ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ଏବଂ ୧୨ ବର୍ଷର ଶିଶୁ ଭାରତୀ ରେଡ଼ି । ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଗୋଟିଏ ବିବାହ ଥିଲା । ଲାଞ୍ଜିପଲ୍ଲୀ ଗ୍ରାମରୁ କନ୍ୟାଯାତ୍ରୀମାନେ ମାଣ୍ଡିଆପଲ୍ଲୀରେ ପହଞ୍ଚିଥିଲେ । ସମସ୍ତେ ଗାଡ଼ିରୁ ଓହ୍ଲାଇ ରାସ୍ତା ଉପରେ ଠିଆ ହୋଇ ବର ପକ୍ଷର ଲୋକମାନଙ୍କୁ ଅପେକ୍ଷା କରିଥିଲେ । ଠିକ ଏହି ସମୟରେ ଏକ ସ୍କର୍ପିଓ ଦୃତ ଗତୀରେ ଯାଇ କନ୍ୟା ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ତେବେ ସ୍ଥାନୀୟ ଲୋକମାନେ ସ୍କର୍ପିଓକୁ ଅଟକାଇଥିଲେ । ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିବା ବେଳେ ତାଙ୍କୁ ଅଟକ ରଖିଥିଲେ । ଅନ୍ୟପଟେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଥିଲା । ହେଲେ ସେଠାରେ ୩ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟମାନଙ୍କ ଚିକିତ୍ସା ଚାଲିଛି । ଖବର ଲେଖା ହେବା ବେଳକୁ ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
BREAKING NEWS
- Ekamra Project: ମହାଶିବରାତ୍ରୀ ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ
- Mahanadi Water Dispute: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରିବ୍ୟୁନାଲ ଶୁଣାଣି
- ଟସ, କାକରକୁ ଦୋଷ ଦେଲେ ରାହୁଲ
- କୋଲ୍ଡ ମୁନ କଣ? ଆଜି ଆକାଶରେ ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ
- Shark Fish in Balasore: ସମୁଦ୍ରରୁ ୨ଟି ବିଶାଳ ସାର୍କଙ୍କ ମୃତଦେହ ଉଦ୍ଧାର; ୬ କ୍ବିଣ୍ଟାଲରୁ ହେବ ଉର୍ଦ୍ଧ୍ବ
- ୬୯ ଟେଷ୍ଟ ପରେ ଘରୋଇ ସିରିଜରୁ ବାଦ ପଡିଲେ ଅଷ୍ଟ୍ରେଲିଆର ଏହି ଖେଳାଳି
- Birupa River: ବିରୂପା ନଦୀରୁ ଖସିପଡ଼ିଲା କାର୍;ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
- Sanchar Saathi App :ସରକାର ବଦଳାଇଲେ ନିଜ ନିଷ୍ପତ୍ତି, ‘ସଞ୍ଚାର ସାଥୀ ଆପ୍’ ବାଧ୍ୟତାମୂଳକ ନୁହଁ…
- Fighter Jet Crash: ବଡ଼ ବିମାନ ଦୁର୍ଘଟଣା, ଅଳ୍ପକେ ବଞ୍ଚିଗଲା ପାଇଲଟଙ୍କ ଜୀବନ…
- Russian President :ଆଜି ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ପୁଟିନ୍, ଭାରତ ସହ କରିପାରନ୍ତି ବଡ଼ ଡ଼ିଲ୍!
Comments are closed.