ନୂଆଦିଲ୍ଲୀ: ଭାରତ ବିରୋଧୀ ଶକ୍ତି ସୁପ୍ରିମକୋର୍ଟଙ୍କୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଉଦ୍ୟମ କରୁଛୁ ବୋଲି ଆରଏସଏସର ସାପ୍ତାହିକ ପତ୍ରିକା ପଂଚଜନ୍ୟରେ ଏକ ଲେଖା ପ୍ରକାଶ ପାଇଛି । ଏ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି । ବିବିସି ଡକ୍ୟୁମେଂଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଯାହାକୁ ନେଇ ମାନ୍ୟବର କୋର୍ଟ ସରକାରଙ୍କୁ ନୋଟିସ ଜାରୀ କରି ଉତର ମାଗିଛନ୍ତି । ଏହା ପରେ ପଂଚଜନ୍ୟରେ ଏହି ଲେଖା ପ୍ରକାଶ ପାଇଛି । ଏଥିରେ କେତେକ ଉଦାହରଣ ମଧ୍ୟ ଦିଆଯାଇଛି ।
ଯେପରି ଆତଙ୍କବାଦୀଙ୍କୁ ମାନବିକ ଅଧିକାର ନାମରେ ବଂଚାଇବା, ପରିବେଶ ନାମରେ ବିକାଶରେ ବାଧା ସୃଷ୍ଟି କରିବା ଏବଂ ଜାତୀୟ ବିରୋଧୀ ଶକ୍ତିମାନଙ୍କୁ ବିଭିନ୍ନ ମାଧ୍ୟମରେ ମତାଇବା ଭଳି ଘଟଣା ଦେଖିବାକ ମିଳୁଛି । ସୁପ୍ରିମକୋର୍ଟ ଦେଶର କରଦାତାଙ୍କ ଦ୍ୱାରା ପରିଚାଳିତ ହେଉଛି । ଦେଶ ଏବଂ ସରକାର ପ୍ରତି ସମସ୍ତେ ସଚେତନ ରହିବା ଉଚିତ ବୋଲି ଉଲ୍ଲେଖ ରହିଛି ।
Comments are closed.