Latest Odisha News

BREAKING NEWS

ଭାରତରେ ଫେକ ସୋସିଆଲ ମିଡିଆ କ୍ୟାମ୍ପେନ ଚଲାଉଛି ଇସ୍ରାଏଲର ସପ୍ଟଓୟାର କମ୍ପାନୀ!

ଲଣ୍ଡନ: ଇସ୍ରାଏଲର ଏକ ସ୍ପାଇ ଫାର୍ମ ଟିମ ବିଶ୍ୱର ୩୦ରୁ ଅଧିକ ଦେଶର ନିର୍ବାଚନରେ ନାକ ପୁରାଉଥିବା ଅଭିଯୋଗ ହେବା ପରେ ଏବେ ଏହି ଫାର୍ମ ବିରୋଧରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ଏହି ଇସ୍ରାଏଲ ଫାର୍ମ ଏବେ ଏକ ସପ୍ଟଓୟାର କମ୍ପାନୀ ସାହାଯ୍ୟରେ ଭାରତ ସମେତ ଅନେକ ଦେଶରେ ଫେକ ସୋସିଆଲ ମିଡିଆା କ୍ୟାମ୍ପେନ ଚଲାଉଛି ।

ୟୁନାଇଟେଡ ଷ୍ଟେଟର ‘ଦ ଗାର୍ଡିଆାନ’ ସହ ଏକ ସାମ୍ବାଦିକ ସଂଘ  ଏହି କମ୍ପାନୀ ବିଷୟରେ  ଯାଞ୍ଚ କରିଥିଲେ । ଯାଞ୍ଚରେ ଜାଣିବାକୁ ପାଇଥିଲେ,   ‘ଟିମ ଜଜ’ ନାମକ ଏକ ସଂସ୍ଥା ଯାହାର ଏକ ବେଆଇନ ସପ୍ଟଓୟାର କମ୍ପାନୀ ସହ ଲିଙ୍କ ରଖିଛି ।  ଏହି ସପ୍ଟଓୟାର କମ୍ପାନୀର ନାଁ ଆଡଭାନ୍ସଡ ଇମ୍ପାକ୍ଟ ମେଡିଆ ସଲିଉସନ (Aims)  ।   ଏହି ଇସ୍ରାଏଲ କମ୍ପାନୀ ଭାରତ ସମେତ ବିିଭିନ୍ନ ଦେଶରେ ଭୁଲ ତଥ୍ୟର ପ୍ରଚାର କରିଥାଏ ।

ଏହାର ସଂଯୋଗ ଫରବିଡନ ଷ୍ଟୋରିଜ ସହ ରହିଛି । ଫରବିଡନ ଷ୍ଟୋରିଜ ଫ୍ରାନ୍ସର ଏକ ଅଣ ଲାଭଦାୟକ ସଂସ୍ଥା । ଏହାର ଲକ୍ଷ୍ୟ ହେଉଛି ହତ୍ୟାର ଶିକାର ହୋଇଥିବା, ଧମକ ଦିଆ ଯାଇଥିବା ଏବଂ ଜେଲରେ ବନ୍ଦ କରିଦିଆଯାଇଥିବା ସାମ୍ବାଦିକଙ୍କ କାମକୁ ଆଗକୁ ବଢାଇବା । ଫରବିଡନ ଷ୍ଟୋରିଜ ୫୫ ବର୍ଷିୟା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ କାମରେ ଅନୁପ୍ରାଣିତ ହୋଇଥିଲା । ଗୌରୀ ଲଙ୍କେଶଙ୍କୁ  ୨୦୧୭ରେ ତାଙ୍କର ବେଙ୍ଗାଲୁର ସ୍ଥିତ ବାସ ଭବନ ସମ୍ମୁଖରେ ହତ୍ୟା କରାଯାଇଥିଲା । ଦ ଗାର୍ଡିଆନ ରିପୋର୍ଟରେ ଉଲ୍ଲେଖ କରିଛି, ହତ୍ୟାର କିଛି ଘଣ୍ଟା ପୂର୍ବରୁ ଗୌରୀ ଲଙ୍କେଶ ତାଙ୍କର ଆର୍ଟିକିଲ In the Age of False News”କୁ ଅନ୍ତିମ ରୂପ ଦେଉଥିଲେ । ଏହି ଆର୍ଟିକିଲରେ କେମିତି ମିଛ ଖବର ପ୍ରଚାର କରୁଥିବା ଅନଲାଇନ ଫ୍ୟାକ୍ଟ୍ରିମାନେ ଭାରତରେ ଭୁଲ ଖବରର ପ୍ରଚାର କରୁଛନ୍ତି ସେ ବିଷୟରେ ସେ ଲେଖିଥିଲେ ।

ଆର୍ଟିକିଲର ଶେଷ ଭାଗ ତାଙ୍କର ମୃତ୍ୟୁ ପରେ ପ୍ରକାଶିତ ହୋଇଥିଲା । ଏଥିରେ ଦିବଂଗତ ଭାରତୀୟ ସାମ୍ବାଦିକ ଗୌରୀ ଲେଖିଥିଲେ, ‘ଯେଉଁମାନେ ମିଛ ଖବରର ପର୍ଦ୍ଦାଫାଶ କରୁଛନ୍ତି ସେ ସମସ୍ତଙ୍କୁ ମୁଁ ସଲାମ କରୁଛି । କାଶ! ସେମାନଙ୍କ ସହ ଆହୁରି କେହିଥାନ୍ତେ ।’

ଟିମ ଜଜର ତଦନ୍ତ ଗୁପ୍ତ ଭାବେ ତିନିଜଣ ସାମ୍ବାଦିକ କରିଥିଲେ ।ଏମାନେ ଗ୍ରାହକ ରୂପରେ ଯାଇ ଏହି ୟୁନିଟ ସହ ଯୋଗାଯୋଗ କରିଥିଲେ । ସେମାନଙ୍କ ସହ ୬ ଘଣ୍ଟାର ବୈଠକକୁ ଗୁପ୍ତ ଭାବେ ରେକର୍ଡ କରାଯାଇଥିଲା । ବୈଠକ ପରେ ସେମାନେ କହିଥିଲେ, କିପରି ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଗୁଇନ୍ଦା ତଥ୍ୟ ପାଇ ପାରୁଛନ୍ତି ।ଏମାନେ ହ୍ୟାକିଂ ଟେକନିକ ଦ୍ୱରା ଜି ମେଲ ଏବଂ ଟେଲିଗ୍ରାମ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଉଥିବା ଏହି ଯାଞ୍ଚରୁ ଜଣାପଡିଥିଲା ।

ଫ୍ରାନ୍ସ ସ୍ଥିତ ଏହି ଅଣଲାଭକାରୀ ସଂସ୍ଥା ଟିମ ଜଜର ମୁଖା ଖୋଲିଥିଲା । ଏଥିରେ ବିଭିନ୍ନ ଦେଶର ୩୦ଟି ଆଉଟଲେଟର ସାମ୍ବାଦିକ ସାମିଲ ଥିଲେ ।

 

 

 

Leave A Reply

Your email address will not be published.