ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଛି । ଗୁରୁବାର ରାଜ୍ୟର ୬୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ମୋଟ ୩, ୩୩୭ ବୁଥରେ ମତଦାନ କରାଯାଇଥିବାବେଳେ ମତଦାନ ହାର ୮୧.୧ ପ୍ରତିଶତ ରହିଥିଲା । ତେବେ ୨୦୨୩ର ଏହି ପ୍ରଥମ ମତଦାନରେ ଏକ ନିଆରା କଥା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏତର ବ୍ରୁ ଜନଜାତିର ଲୋକେ ମତଦାନ ସାବ୍ୟସ୍ତ କରିଛନ୍ତି ।
ଏହି ବ୍ରୁ ଜନଜାତି ସାଧାରଣତଃ ମିଜୋରାମରେ ରୁହନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର ମାମିତ ଏବଂ କୋଲାସିବ ଜିଲ୍ଲାରେ ରୁହନ୍ତି । ତେବେ ମିଜୋରାମ ଲୋକ ଏମାନଙ୍କୁ ବାହାର ଇଲାକାର ବୋଲି ଭାବୁଥିଲେ । ୧୯୯୫ ଆରମ୍ଭରେ ବ୍ରୁ ରିଆଙ୍ଗ ଏବଂ ବହୁ ସଂଖ୍ୟକ ମିଜୋ ସମୁଦାୟ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା । ୧୯୯୬ରେ ଏହା ଦଙ୍ଗା ରୂପ ନେଇଥିଲା । ୧୯୯୭ରେ ଏହି ଜନଜାତିର ହଜାର ହଜାର ଲୋକ ମିଜୋରାମ ଛାଡି ଚାଲି ଆସି ତ୍ରିପୁରାରେ ଆଶ୍ରୟ ନେଇଥିଲେ । ଏବେ ତ୍ରିପୁରାର ୪ଟି ଜିଲ୍ଲାରେ ପାଖାପାଖି ୭ ହଜାର ବ୍ରୁ ପରିବାର ରହୁଛନ୍ତି ଏମାନଙ୍କ ମଧ୍ୟରେ ପ୍ରାୟ ୧୪ ହଜାର ଭୋଟର ଅଛନ୍ତି ।
୍ଣହଲେ ସେମାନଙ୍କର ମତଦାନ ଅଧିକାରନ ଥିଲା । ୨୬ ବର୍ଷ ଧରି ସଂଘର୍ଷ କରିବା ପରେ ସେମାନଙ୍କୁ ମତଦାନ ଅଧିକାର ମିଳିଛି । ଗତକାଳି ମତଦାନ କଲାବେଳେ ଏହି ଜନଜାତି ଲୋକମାନେ ବେଶ ଉତ୍ସାହିତ ଥିଲେ । ବହୁ ସଂଖ୍ୟକ ବ୍ରୁ ଜନଜାତି ଲୋକେ ଗତକାଲି ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।
ଯାହା ବି ହେଉ, ବ୍ରୁ ଜନଜାତି ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରି ବହୁତ ଖୁସି । ମିଜୋରାମ ବ୍ରୁ ଡିସପ୍ଲେସଡ ପିପୁଲ ଫୋରମର ମହାସଚିବ ବ୍ରୁନୋ ମାସା ଭୋଟ ଦେବା ପରେ ଭାବୁକ ହୋଇ କହିଛନ୍ତି, ଆଜି ଆମ ଖୁସିକୁ ଶବ୍ଦରେ ବୟାନ କରିପାରିବୁ ନାହିଁ । ନିଜ ଦେଶରେ ସେମାନେ ଦୀର୍ଘ ୨୬ବର୍ଷ ଧରି ଶରଣାର୍ଥୀ ପରି ରହିବା ପରେ ଆଜି ଭୋଟ ଦେଇଛୁ । ଏଥିପାଇଁ ବହୁତ କଷ୍ଟ ସହିବାକୁ ପଡିଛି । ତଥାପି ଆମେ ସଂଘର୍ଷ କରି ଆସିଛୁ ।”
BREAKING NEWS
- ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର
- କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍; ‘୧୦ ବର୍ଷରେ ଚିଲିକାରେ ସେତୁ ହେଲା କି?’
- ଆସିଲା ଦ୍ବିତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ; ୩୩% ବିଧାୟକ ପ୍ରାର୍ଥୀ କୋଟିପତି
- ଆଜିଠୁ ଆରମ୍ଭ ସିପିଇଟି-୨୪ ପରୀକ୍ଷା ପାଇଁ ଆବେଦନ
- ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ପ୍ରଚାର, ସରିଲାଣି ସମସ୍ତ ପ୍ରସ୍ତୁତି
- କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ
- ପୁଣି ଓଡ଼ିଶା ଆସୁଛନ୍ତି ମୋଦି,ପୁରୀରେ କରିବେ ମେଗା ରୋଡ୍ ଶୋ
- ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ଗଞ୍ଜାମ ଜଗିବେ ୨୦ କମ୍ପାନୀ ସିଏପିଏଫ
- ‘ଆପ୍ ର ବିଶ୍ୱସନୀୟତା ଶୂନ ନୁହେଁ ବରଂ ମାଇନସ୍ ଅଟେ’
- ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ