Latest Odisha News

ଆଜି ଜାଗର, ଚଳଚଞ୍ଚଳ ବାବା ସୋମନାଥଙ୍କ ପୀଠ

ଜି ପବିତ୍ର ମହାଶିବରାତ୍ରି, ଏହି ଉପଲକ୍ଷେ ଗାଁ ଠୁ ସହର ସବୁ ଶୈବ ପୀଠ ଚଳଚଞ୍ଚଳ । ଆଜି ସାରାଦିନ ଉପାସ ରହି ଓ ରାତି ଉଜାଗର ହୋଇ ମହାଶିବରାତ୍ରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ମହାଦେବଙ୍କ ଦର୍ଶନ ଓ ଜଳଲାଗି କରିବା ପାଇଁ ସବୁ ସ୍ଥାନରେ ଥିବା ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ତେବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ରେ ବାବା ସୋମନାଥଙ୍କ ଶିବରାତ୍ରି ଟିକେ ଭିନ୍ନ ।

ବାବା ସୋମନାଥ ନିଶ୍ଚିନ୍ତକୋଇଲିର ୧୬ଖଣ୍ଡ ମୌଜାର ଆରାଧ୍ୟ ଦେବତା । ବିବାହ ,ବ୍ରତଘର ହେଉ ଅବା କୌଣସି ମାଙ୍ଗଳିକ କାର୍ଯ୍ୟ ଏଠାକାର ସନାତନ ଧର୍ମାବଲମ୍ବୀ ବାବା ସୋମନାଥଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟ ଆରମ୍ଭ କରୁଥିବାର ରହିଛି ମାନ୍ୟତା । ଏହି ଶୈବ ପୀଠର ଦେବ ନୀତି ପରିଚାଳନା ନିମନ୍ତେ ୭ପ୍ରକାର ପାଳିଆ ସେବାୟତ ରହିଛନ୍ତି । ଯାହାଙ୍କ ନିମନ୍ତେ ୨୦ଏକରରୁ ଉର୍ଧ୍ୱ ଜମି ଖଞ୍ଜା ହୋଇଛି । ଆଜି ପବିତ୍ର ଶିବରାତ୍ରି ନିମନ୍ତେ ବାବାଙ୍କ ପୀଠ ସ୍ୱତନ୍ତ୍ର ଭାବେ ସଜେଇ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ ପାଇଁ । ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଆଜି ଉପବାସ ଓ ଉଜାଗର ରହି ସନ୍ଧ୍ୟାରେ ମହାଦ୍ବୀପ ବେଢା ପରିକ୍ରମା ଦର୍ଶନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାନ୍ତି।

ବାଵ ସୋମନାଥ ପୀଠରେ ମହାଶିବରାତ୍ରିର ରୀତି ନୀତି ସମ୍ପୂର୍ଣ୍ଣ ନିଆରା, ଅନ୍ୟ ଶୈବ ପୀଠ ରେ ଜାଗର ଉପଲକ୍ଷେ ସନ୍ଧ୍ୟାରେ ମହାଦୀପ ବେଢା ପରିକ୍ରମା ପରେ ଦଧିନୌତି ଉପରକୁ ଉଠେ । ସଂସାରର ହିତ ଉଦେଶ୍ୟରେ କିନ୍ତୁ ଏଠାରେ ମଧ୍ୟ ରାତ୍ରିରେ ସେବାୟତମାନେ ବନକୁ ଯାଇ କେତକୀ ଫୁଲ ପ୍ରସ୍ଫୁଟିତ ହେଲା ପରେ ଏକ ସ୍ୱତନ୍ତ୍ର ପଟୁଆରରେ ଉକ୍ତ ଫୁଲକୁ ଆଣି ବାବା ସମାନଥଙ୍କୁ ଅର୍ପଣ କରିଥାନ୍ତି। ତତପରେ ମହାଦୀପ ଭେଡା ପରିକ୍ରମା କରାଯାଇ ଦଧିନୌତି ଉପରକୁ ଉଠେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ମନସ୍କାମନା ପୂରଣ ଉଦ୍ଧେଶ୍ୟରେ। ଶିବରାତ୍ରି ରେ 8ପ୍ରହର ବ୍ୟାପି ବାବା ସୋମନାଥ ଙ୍କର ଅଭିଷେକ କରାଯାଏ । ଯାହା ଅନ୍ୟ ଶୈବ ପୀଠ ଠାରୁ ଭିନ୍ନ ବୋଲି ପରିଚୟ ଦେଇଥାଏ

Comments are closed.