Latest Odisha News

BREAKING NEWS

ବିଜେଡିର ୪୬ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି: ଜୟନାରାୟଣ

ଭୁବନେଶ୍ୱର: ଚଳିତ ବଜେଟ୍ ଅଧିବେଶନର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଶାସକ ଦଳ କିପରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲା ତାହାର ପ୍ରମାଣ ସେ ରଖିଛନ୍ତି। ଯାହାକୁ ସେ ସାର୍ବଜନୀନ କରିପାରିବେ। ଜୟନାରାୟଣ ମିଶ୍ର କଟାକ୍ଷ କରି କହିଛନ୍ତି ଯେ, ବିଜେଡିର ଅନେକ ନେତା ବିଧାନସଭା ବାହାରେ ତାଙ୍କ ବିଷୟରେ ଅନେକ କଥା କହୁଛନ୍ତି। ଏପରିକି କିଛି ଲୋକ ତାଙ୍କୁ ‘ଅଭ୍ୟାସଗତ ଅପରାଧୀ’ ବୋଲି ମଧ୍ୟ କହିଛନ୍ତି।

ଏହାର ପାଲଟା ଜବାବ ଦେବାକୁ ଯାଇ ଜୟନାରାୟଣ ମିଶ୍ର କହିଛନ୍ତି, ଶାସକ ବିଜେଡିର ୪୬ ଜଣ ବିଧାୟକଙ୍କ ବିରୋଧରେ ୧୮୦ଟି ମାମଲା ରହିଛି। ସେଥିମଧ୍ୟରୁ ଛଅ ଜଣ ବିଧାୟକଙ୍କ ବିରୋଧରେ ୩୦୭ ଧାରାରେ ମାମଲା ରୁଜୁ ହୋଇଛି। ସେ କହିଛନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁରେ ୧୯ଟି ଓ ତାଳଚେର ବିଧାୟକଙ୍କ ନାଁରେ ୨୯ଟି ମାମଲା ରହିଛି।

ନବ ଦାସ ହତ୍ୟାକାଣ୍ଡ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ନାମ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛି ଯେ ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ତାଙ୍କୁ ଠେଲାପେଲା ଏବଂ ଅସଦାଚରଣ କରାଯିବା ସତ୍ତ୍ୱେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

ଜୟନାରାୟଣ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କାହା ସହ ସେ ଖରାପ ବ୍ୟବହାର କରିଛନ୍ତି ବୋଲି ପ୍ରମାଣିତ କରିଦେବେ ତେବେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଆହ୍ୱାନ କରିଛନ୍ତି।

ଆଜି ଏହି ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ଆହୁରି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ନବୀନ ନିବାସରୁ ନବ ଦାସଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଛି।

 

Comments are closed.