Latest Odisha News

ବରକନ୍ୟା ମଣ୍ଡପରେ ପହଞ୍ଚିଲା ବେଳକୁ ସବୁ ଅତିଥି ଗାଏବ

ପରିବାରରେ କୌଣସି ଉତ୍ସବ ଆୟୋଜନ ସମୟରେ ବିଭିନ୍ନ କାରଣରୁ ଛୋଟ ବଡ଼ ଭୁଲ ହୋଇଥାଏ । ଏହାର ଅନେକ ଉଦାହରଣ ଅଛି । କିନ୍ତୁ ଏହି ଭୁଲ କାରଣରୁ ପରିବାରର ଉତ୍ସବ ପାଣିଚିଆ ପଡ଼ିଯାଏ, ତାହାହେଲେ ଆପଣଙ୍କୁ କେମିତି ଲାଗିବ । ଅନୁଭବୀମାନେ ହିଁ ଏହାର ଉତ୍ତର କହିପାରିବେ । ଏଭଳି ଏକ ଚର୍ଚ୍ଚିତ ଘଟଣା ଘଟିଛି ନ୍ୟୁୟର୍କରେ । ଘଟଣାଟି କ’ଣ ଜାଣନ୍ତୁ ।

ଆମେରିକାର ନ୍ୟୁୟର୍କ ସହରର କାରୋଲିନାରେ ଏକ ଦାମି ହୋଟେଲ ରହିିଛି ଯାହାର ନାମ ଗ୍ରାଣ୍ଡ ବୋହେମିୟନ । ହୋଟେଲଟି ୨୫ ମହଲା ବିଶିଷ୍ଟ । ତେବେ ବିବାହ ରିସେପ୍ସନ ହେଉଥିଲା ୧୬ ମହଲାରେ । ଏଠି ବର ଭିକ୍ଟୋରିଆ ଏବଂ କନ୍ୟା ପାନଭା ଝା’ଙ୍କ ବିବାହ ରିସେପ୍‌ଶନ ଆୟୋଜନ ହେଉଥିଲା । କାର୍ଯ୍ୟସୂଚୀ ଏବଂ ବ୍ୟବସ୍ଥା ଅନୁଯାୟୀ ସବୁକିଛି ଠିକ୍‌ଠାକ୍ ଥିଲା । କିନ୍ତୁ ଏମିତି ଏକ ଅଘଟଣ ଘଟିଗଲା, ଯାହା ପୁରା ବାହାଘରକୁ ପାଣିଚିଆ କରିଦେଲା । ଉଭୟ ବରକନ୍ୟା ସଜ୍ଜବାଜ ହୋଇ ପରିବାର ଲୋକଙ୍କ ସହ ହୋଟେଲର ଗ୍ରାଉଣ୍ଡ ଫ୍ଲୋରରେ ପହଞ୍ôଚଥିଲେ । ଲିଫ୍ଟରେ ଉପରକୁ ଯିବା ଆରମ୍ଭ କଲେ । କିନ୍ତୁ ସମସ୍ତଙ୍କ ଅଜାଣତରେ ହଠାତ୍ ଏକ ଅଘଟଣ ଘଟିଗଲା । ବରକନ୍ୟା ଯାଉଥିବା ଲିଫ୍ଟଟି ୨ୟ ମହଲାରେ ଅଟକି ଗଲା ।

ଲିଫ୍ଟରେ ଫଶିଥିବା ଲୋକମାନେ ଭାବିଥିଲେ ଏହା ଏକ ନିୟମିତ ସମସ୍ୟା ହୋଇଥାଇପାରେ । କିଛି ସମୟ ଭିତରେ ସବୁକିଛି ଠିକ୍ ହୋଇଯିବ । କିନ୍ତୁ ସମୟ ଗଡିଲା, ଲିଫ୍ଟ ଠିକ୍ ହେଲାନି । ଉଭୟ ପରିବାରର ପ୍ରାୟ ୫ ଜଣ ସଦସ୍ୟଙ୍କ ସହ ବର ଓ କନ୍ୟା ପ୍ରାୟ ୩ ଘଣ୍ଟା ଧରି ଅଟକି ରହିଲେ । ଯେତେବେଳେ ଲିଫ୍ଟ ଖୋଲିଲା ନାହିଁ, ଅଗ୍ନିଶମ ବାହିନୀକୁ ଡାକିବାକୁ ପଡ଼ିଲା । ଚାର୍ଲୋଟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ୩ ଘଣ୍ଟା ପରେ ସେମାନେ ଯେତେବେଳେ ୧୬ ମହଲାରେ ପହଞ୍ôଚଲେ ସେତେବେଳକୁ ରିସେସ୍ପନ ମଣ୍ଡପରେ କୌଣସି ଅତିଥି ନ ଥିଲେ । ବାହାଘର ପୂରା ପାଣି ଫାଟିଗଲା ।

Comments are closed.