ଟାଙ୍ଗୀ: ଚିଲିକା ନଳବଣରେ ନିଆଁ ଲାଗିଛି। ହୁତ ହୁତ ହୋଇ ଜଳୁଛି ନଳଘାସ। ବାଲୁଗାଁ ବନ ବିଭାଗ ଡିଭିଜନର ଟାଙ୍ଗୀ ରେଞ୍ଜ ଅଧୀନସ୍ଥ କାଳୁପଡାଘାଟ ଓ ସୋରଣ ଗଁ ମଧ୍ୟରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି।
ଭୟଙ୍କର ନିଆଁ ଲାଗିଥିବାରୁ ଚିଲିକା ଜଳଚର ପ୍ରଣୀ ଜୀବନ ବିପଦରେ ପଡ଼ିଛି। ତେବେ ନିଆଁ କେମିତି ଲାଗିଲା ନା କିଏ ଲଗାଦେଇଛି ସେନେଇ କୌଣଶି ସ୍ପଷ୍ଟ ସୂଚନା ମିଳି ନାହିଁ। ତେବେ ନିଆଁ ଲିଭାଇକୁ ମଧ୍ୟ କୌଣସି ବ୍ୟବସ୍ଥା ହୋଇ ନଥିବା ସୂଚନା ମିଳିଛି।
ତେବେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ଅନୁମାନ କରି କହୁଛନ୍ତି, ଯେ କୌଣସି ମତ୍ସ୍ୟଜୀବୀଙ୍କ ଜାଣତରେ ହେଉ କିମ୍ୱା ଅସାବଧାନତାରୁ ଏହି ଅଘଟଣ ଘଟିଥାଇପାରେ।
ଏପେଟ ନଳବଣରେ ନିଆଁ ଲାଗିବା ଦ୍ୱାରା ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପିଛି। ଲୁଣିଆ ହ୍ରହଦର ଜଳଚର ଜୀବ ବିଶେଷ କରି ବିଦେଶାଗତ ପକ୍ଷୀମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ନିଆଁ ସ୍ୱତଃପ୍ରବୃତ୍ତ ଭାବେ ଲିଭିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି।
ତେବେ ଚିଲିକା ନଳବଣରେ ଏଭଳି ନିଆଁ ନାଲିଗା ନୁହେଁ ଘଟଣା ନୁହେଁ ଆଗରୁ ବି ଅନେକ ଥର ନଳବଣରେ ନିଆଁ ଲାଗିଥିବାର ଖବର ମିଳିଛି। ଗତ ଜୁଲାଇ ମାସରେ ହୁତ୍ ହୁତ ହୋଇ ଜଳିଥିଲା ନିଳବଣ। ବାରମ୍ବାର ବାରମ୍ବାର ଏଭଳି ଘଟଣା ଚିଲିକାରେ ବିଦେଶୀ ପକ୍ଷଙ୍କ ଜୀବ ନେଉଛି। ବର୍ତ୍ତମାନ ନଳବଣର ସୁରକ୍ଷା ନେଇ ଚିନ୍ତା ବଢିଛି
Comments are closed.