Latest Odisha News

BREAKING NEWS

ଚିନି କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଫସି ରହିଛନ୍ତି ୭୦ରୁ ୮୦ କର୍ମଚାରୀ

ଅହମ୍ମଦନଗର: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ସେବଗାଁରେ ଥିବା ଗଙ୍ଗାମୟୀ ଏକ ଚିନି କାରଖାନାରେ ଶନିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଡିଷ୍ଟିଲାରୀ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ୟୁନିଟ ଭିତରେ ୭୦ରୁ ୮୦ କର୍ମଚାରୀ ଥିବା ଜଣାଯାଇଛି । ମୃତାହତଙ୍କ ସଂଖ୍ୟା ଜଣା ନ ପଡଥିଲେ ହେଁ ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ନିଆଁକୁ ଲିଭାଇବା ପାଇଁ ଏକାଧିକ ଦମକଳବାହିନୀ ଗତକାଲି ରାତିରୁ ନିୟୋଜିତ ହୋଇଛନ୍ତି। ମିଳଥିବା ସୂଚନା ଅନୁଯାୟୀ, ପ୍ରଥମେ କାରଖାନାର ଡିଷ୍ଟିଲରୀ ୟୁନିଟରେ ଅଗ୍ନିକାଣ୍ଡ ଆରମ୍ଭ ହୋଇ ଅନ୍ୟ କେତେକ ସ୍ଥାନକୁ ବ୍ୟାପିଯାଇଛି । ଅଗ୍ନିକାଣ୍ଡ ଆରମ୍ଭ ହେବା ମାତ୍ରେ ଏଠାରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଦମକଳ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି।

ମିଳିଥିବା ଶେଷ ଖବର ଅନୁଯାୟୀ,ଇଥାନଲ କାରଖାନାରେ ନିଆଁ ଲାଗିବା ପରେ ବଏଲରରେ ମଧ୍ୟ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଏଠାରେ ଥିବା ଜୁସ୍ ଟାଙ୍କି ମଧ୍ୟ ଫାଟି ଯାଇଥିବା ଜଣାଯାଇଛି।ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

Leave A Reply

Your email address will not be published.