Latest Odisha News

ପ୍ଲାଣ୍ଟେସନ ନାଁରେ ହରିଲୁଟ୍‌, ଜାଳିଦେଲେ ହଜାର ହଜାର ଗଛ

କାମାକ୍ଷାନଗର : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଲା ସଙ୍ଗିନ ଅଭିଯୋଗ । ବୃକ୍ଷ ରୋପଣ ନାଁରେ ବନ ବିଭାଗ ବାବୁଙ୍କ ହରିଲୁଟ। ଜାଳିଦେଲେ ହଜାର ହଜାର ବୃକ୍ଷ  । ପ୍ଲାଣ୍ଟେସନ ନାଁରେ ହରିଲୁଟ କରିଛନ୍ତି ବନ ବିଭାଗ ଅଧିକାରୀ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର କନ୍ଧରା ବିଟ ଅନ୍ତର୍ଗତ କରଡାପାଳ ଗାଁ ସ୍ଥିତ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜଙ୍ଗଲ ମଧ୍ୟରେ ପଡି ରହିଛି ହଜାର ହଜାର ସଂଖ୍ୟକ ଶୁଖିଲା ବୃକ୍ଷ ଚାରା । ଅନେକ ଗୁଡିଏ ଚାରାକୁ ନିଆଁ ଲଗାଇ ଦିଆଯାଇଛି । ଏଥିସହିତ ବହୁତ ଗୁଡିଏ ଜୈବିକ ସାର ବସ୍ତା ମଧ୍ୟ ପଡି ରହିଛି । ବନ ବିଭାଗ ପକ୍ଷରୁ କିଛି ଗଛ ଲଗାଇ କାମ ସାରି ଦେଇଛନ୍ତି । କିନ୍ତୁ ଗଛ ଗୁଡିକର କୌଣସି ଦାୟିତ୍ବ ବହନ କରାଯାଇ ନାହିଁ ।

ସେହିପରି ପ୍ଲାଣ୍ଟେସନ ନାଁ ରେ ବନ ବିଭାଗ ଅଧିକାରୀ ମାନେ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ,ଯେଉଁ ମାନେ କି ପ୍ଲାଣ୍ଟେସନରେ ପ୍ରତ୍ୟକ୍ଷ ଭାବେ ଭାଗ ନେଇଥିଲେ । ସେହିମାନେ ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଚଞ୍ଚକତା କରି ଅଧିକାରୀ ବାବୁ ମାନେ ଅର୍ଥ ଆତ୍ମସାତ କରିଥିବା ସିଧା ସଳଖ ଅଭିଯୋଗ ହୋଇଛି । ଏ ନେଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଘଟଣାକୁ ଗୁରୁତର ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ।

Comments are closed.