Latest Odisha News

BREAKING NEWS

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ଜଗତସିଂହପୁର: ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ । ଚାଲିଗଲା ୨ ଜଣଙ୍କ ଜୀବନ, ୨ ଜଣ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ଠାରେ ଥିବା ବାବା ମାଧୁରୀ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଆଜି ମଧ୍ୟାହ୍ନରେ ବାଣ ବନ୍ଧା କାମ ଚାଲୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଫଳରେ ଘରର ଆବଜେଷ୍ଟସ ଉଡ଼ି ଯିବା ସହ କାନ୍ଥ ଭାଙ୍ଗି ଯାଇଛି । ପାଖରେ ଥିବା ପାଳ ଗଦାରେ ବି ନିଆଁ ଲାଗିଛି ।

ତେବେ ଏଠାରେ ବାଣ ତିଆରି ପାଇଁ ଅନୁମତି ଥିଲା କି ନାହିଁ ତାହା ଜଣାପଡ଼ି ନାହିଁ । କିନ୍ତୁ ବିସ୍ଫୋରଣ ବହୁତ ଭୟଙ୍କର ଥିଲା । ମୃତକ ହେଲେ ଇଚ୍ଛାପୁର ଗାଁର ଦିଲ୍ଲୀପ ମହାନ୍ତି ଓ ଗୋପାଳପୁର ଗାଁର ବୁଲୁ ଦାସ । ବାଣ ବ୍ୟବସାୟୀ ସୁଶାନ୍ତ ପୃଷ୍ଟି ଓ ଦୀନବନ୍ଧୁ ଦାସ ଆହତ ହୋଇଛନ୍ତି ।

ଉଭୟ ଗୁରୁତରଙ୍କୁ ଜଗତସିଂହପୁର ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୁଶାନ୍ତଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଦୀନବନ୍ଧୁଙ୍କ ଶରୀରର ୪୦ ପ୍ରତିଶତ ପୋଡି ଯାଇଛି । ଗୋପାଳପୁର ଅଞ୍ଚଳର ସୁଶାନ୍ତ ପୃଷ୍ଟିଙ୍କ ବାଣ ଗୋଦାମରେ ବାଣ ଭିଡୁଥିବା ସମୟରେ ଅଘଟଣ ଘଟିଥିଲା ।

Leave A Reply

Your email address will not be published.