ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରାସ୍ତାକଡ଼ରେ ବିକ୍ରି କରୁଥିବା ବ୍ୟବସାୟୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିଏ ଗୀତ ଗାଇ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ ତ ଆଉ କିଏ ଉତ୍ତମ ବ୍ୟବହାର କରି ଗ୍ରାହକଙ୍କୁ ଆକୃଷ୍ଟ କରିଥାନ୍ତି । ହେଲେ ଏମିତି ଜଣେ ବ୍ୟବସାୟୀ ରାକ୍ଷସ ଚିତ୍କାର କରି ଫଳ ବିକ୍ରି କରିଥାନ୍ତି, ଯେଉଁ କାରଣରୁ ତାଙ୍କ ପାଖକୁ ଗ୍ରାହକ କମ୍ ଆସୁଛନ୍ତି । ତା ସତ୍ତ୍ୱେ ନିଜର ଏହି ଷ୍ଟାଇଲ ପାଇଁ ସେ ଏବେ ଚର୍ଚ୍ଚାରେ । ତାଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ବ୍ୟବସାୟୀ ରାସ୍ତାକଡ଼ରେ ବିଭିନ୍ନ ପ୍ରକାର ଫଳ ବିକ୍ରି କରୁଛନ୍ତି । ତାଙ୍କର ବିକ୍ରି କରିବାର ଉପାୟ ପୁରା ଅଦ୍ଭୁତ । ସେ ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବଡ଼ ବଡ଼ ଆଖି କରି ଚିତ୍କାର କରିବା ସହ ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି କରୁଛନ୍ତି । କିନ୍ତୁ ଏମିତି ଭୟଭୀତ କରାଉଛନ୍ତି ଯେ ତାଙ୍କ ପାଖକୁ ଆସୁଥିବା ଗ୍ରାହକମାନେ ଅନ୍ୟତ୍ର ପଳାଉଛନ୍ତି । କିନ୍ତୁ ଏଥିରେ ଚିନ୍ତିତ ନୁହଁନ୍ତି ବ୍ୟବସାୟୀ ଜଣକ । ବରଂ ଏହା ତାଙ୍କ ବିକ୍ରି କରିବାର ଷ୍ଟାଇଲ ବୋଲି ସେ ମନେ କରନ୍ତି । ଯେଉଁ ପାତ୍ରରେ ସେ ଫଳ ରଖୁଛନ୍ତି, ତାହାକୁ ନିଜ ମୁଣ୍ଡରେ ଜୋରରେ ଆଘାତ ବି କରୁଛନ୍ତି । ତରଭୁଜକୁ ଦୁଇ ଫାଳ କରି କାଟିବା ପରେ ତାହାକୁ ଦୁଇ ହାତରେ ଟେକି ଚିତ୍କାର କରି ସେଇ ବାଟ ଦେଇ ଯାଉଥିବା ଲୋକଙ୍କୁ ଏହା କିଣିବାକୁ ଡ଼ାକୁଛନ୍ତି । ଏହି ଭିଡ଼ିଓଙ୍କୁ କିଛି ଲୋକ ମଜାକ୍ ଭାବେ ନେଇଥିବା ବେଳେ ଆଉ କିଛି ନା ପସନ୍ଦ ବି କରିଛନ୍ତି ।
Comments are closed.