Latest Odisha News

BREAKING NEWS

ଆଦିବାସୀ ମେଳାର ନବମ ଦିନରେ ବୟନ ଓ ହସ୍ତଶିଳ୍ପ ସାମଗ୍ରୀର ଚାହିଦା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗତ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଆଦିବାସୀ ମେଳା ଆଜି ନବମ ଦିବସରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆଦି ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଛି । ହସ୍ତଶିଳ୍ପ ବିଭାଗ ଷ୍ଟଲରେ ପିପିଲି ଚାନ୍ଦୁଆ, ଘର ସଜେଇବା ସାମଗ୍ରୀ, ଓ ହସ୍ତଶିଳ୍ପ ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍‌ ଆକର୍ଷିତ କରୁଛି ।

ଆଦିବାସୀ ମେଳାରେ ନବମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ଜନଜାତି ନୃତ୍ୟରେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ବେଜୁଣୀ ନୃତ୍ୟ, ଲାଞ୍ଜିଆ ସଉରା ନୃତ୍ୟ, ଢୋଲକ, ଟାମକ, ତିଡ଼ିବିଡ଼ି, ଶିଙ୍ଗା ଭଳି ମୁଖ୍ୟ ବାଦ୍ୟଯନ୍ତ୍ରରେ ବଣ୍ଡାନୃତ୍ୟ, ନାଗରା, ମହୁରୀ ଓ ଢୋଲ ମୁଖ୍ୟ ବାଦ୍ୟଯନ୍ତ୍ରରେ ଭୋତଡ଼ା ନୃତ୍ୟ, ଗଣ୍ଡ ନୃତ୍ୟ, ସଉରାମାନଙ୍କ ମିରିଆ ନୃତ୍ୟ ଏବଂ ବାଲିପରବ ନୃତ୍ୟ ଆଦି ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୧ ତାରିଖରେ ଏହି ମେଳା ଉଦଯାପିତ ହେବ ।

Leave A Reply

Your email address will not be published.