Latest Odisha News

BREAKING NEWS

ସ୍କୁଲରେ ସମସ୍ତ ମୌଳିକ ସୁବିଧା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସ୍କୁଲରେ ମୌଳିକା ସୁବିଧା ଯୋଗାଇ ଦେବାକୁ ହୋଇଥିବା ଏକ ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗୁଡିକରେ ମୌଳିକ ସୁବିଧା ବ୍ୟବସ୍ଥା ହେବା ଆବଶ୍ୟକ।

ସ୍କୁଲରେ ପିଇବା ପାଣି, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଶୌଚାଳୟ, ବିଭିନ୍ନ ଶ୍ରେଣୀ ପାଇଁ ଅଲଗା ଶ୍ରେଣୀଗୃହ, ଅଲଗା ଅଲଗା ବେଞ୍ଚ-ଡେସ୍କ, ବିଦ୍ୟୁତ ସେବା, ଖେଳ ପଡ଼ିଆ ସହିତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନାହାନ୍ତି ଆଦି ଦର୍ଶାଇ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

ପିଆଇଏଲର ଆବେଦନ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍ କ୍ୟୁରୀ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟ ସର୍ବନିମ୍ନ ମୌଳିକ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ହାଇକୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବଥି ଏସ.ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଗଣଶିକ୍ଷା ସଚିବ ସ୍ଥିତି ଅନୁଧ୍ୟାନ କରିବା ସହିତ ଜିଲ୍ଲାପାଳ ଓ ଡିଇଓଙ୍କ ବୈଠକ ଡାକିବେ। ଆଉ ଏବେ ଗ୍ରୀଷ୍ମ ଅବକାଶ ପଡିବ। ଏହି ସମୟରେ ସ୍କୁଲରେ ମରାମତି ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।

 

Comments are closed.