Latest Odisha News

BREAKING NEWS

ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଏତଲା

ଲକ୍ଷ୍ନୌ: ବୁଧବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବଲିଉଡ ଅଭିନେତ୍ରୀ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଧାରା ୪୦୯ ଅନୁଯାୟୀ ଏହି ମାମଲା ଦାୟର ହୋଇଛି।

BjdElectrycity

ମୁମ୍ବାଇର ଯଶୋବନ୍ତ ଶାହ ନାମକ ଜଣେ ବ୍ୟକ୍ତି ଏହି ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଗୌରୀ ଯେଉଁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଥିଲେ ସେ ୮୬ ଲକ୍ଷ ଟଙ୍କା ନେଇ ଏକ ଫ୍ଲାଟ ନେଇଥିଲେ। ସେ ସମସ୍ତ ପଇସା ପୈଠ କରିଥିଲେ ମଧ୍ୟ ଫ୍ଲାଟ ପାଇପାରି ନାହାନ୍ତି। ବରଂ ଅନ୍ୟ କାହାକୁ ଏହି ଫ୍ଲାଟ ହସ୍ତାନ୍ତର କରାଯାଇଛି। ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ ତୁଳସୀୟାନି ଗଲ୍ଫ ଭ୍ୟୁରେ ରହିଛି ଏହି ଫ୍ଲାଟ୍।

ଗୌରୀଙ୍କ ବ୍ୟତୀତ ତୁଳସୀୟାନୀ କନଷ୍ଟ୍ରକସନ୍ ଆଣ୍ଡ ଡେଭଲପମେଣ୍ଟ ଲିମିଟେଡର ସିଏମଡି ଅନୀଲ କୁମାର ତୁଳସୀୟାନୀ ଏବଂ ଏହାର ନିର୍ଦ୍ଦେଶକ ମହେଶ ତୁଳସୀୟାନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ବ୍ରାଣ୍ଡ ଆମ୍ବାସାଡର ଗୌରୀ ଖାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଏହି ଫ୍ଲାଟ୍ କିଣିଥିବା ଅଭିଯୋଗ କରିଛନ୍ତି।

 

Leave A Reply

Your email address will not be published.